ଓଡିଶା ବିକାଶ ମେଳା ଉପଲକ୍ଷେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏକ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀ ନୀଳାଞ୍ଚଳ ଅର୍ବାନ୍ ହାଟରେ ଉଦ୍ଘାଟନ କରାଯାଇଛି |

(AKN NEWS): ଓଡିଶା ବିକାଶ ମେଳା ଉପଲକ୍ଷେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏକ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀ ନୀଳାଞ୍ଚଳ ଅର୍ବାନ୍ ହାଟରେ ଉଦ୍ଘାଟନ କରାଯାଇଛି | ଏହି ପ୍ରଦର୍ଶନୀରେ ଅନେକ ସ୍ୱାସ୍ଥ୍ୟ ସମ୍ୱନ୍ଧିୟ ସୂଚନା ପ୍ରଦର୍ଶିତ କରାଯାଇଛି | ପ୍ରଧାନ ମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଯୋଜନା, ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକର୍ମ,ଡେଙ୍ଗୁ ଓ ଡାଇରିଆ ନିରାକରଣ,ନବଜାତ ଶିଶୁର ଯତ୍ନ,ରକ୍ତ ଦାନ, ନିଦାନ,ସହାୟ ଏବଂ ଯୋଗର ଉପକାରିତା ଏହିପରି ଅନେକ ଉପାଦିୟ ସୂଚନା ଏଥିରେ ପ୍ରଦର୍ଶିତ କରାଯାଇଛି | ଟେଲିଭିଜନ ମାଧ୍ୟମରେ ମଧ୍ୟ ଅନେକ ଭିଡ଼ିଓ ପ୍ରଦର୍ଶନ ମଧ୍ୟ କରାଯାଉଛି | ଏହି ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀଟି ଚାରିଦିନ ବ୍ୟାପି ଅନୁଷ୍ଠିତ ହେବ |
ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଶୁ ଆରୋଗ୍ୟ କେନ୍ଦ୍ର ମଧ୍ୟ ସେଠାରେ ଖୋଲାଯାଇଅଛି |ଜିଲ୍ଲା ସ୍ୱାସ୍ଥ୍ୟ ବିଭଗ ତରଫରୁ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ ବିରଜା ଶଙ୍କର ରଥ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡଃ ଲଲାଟେନ୍ଦୁ ମିଶ୍ର, ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅଞ୍ଜଳି ତରାଇ, ବିତ୍ତ ଅଧିକାରୀ ଶ୍ରୀ ହିମାଦ୍ରୀ ସାମଲ,ଜିଲ୍ଲା ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଟି ନାରାୟଣ ରାଓ, ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ପଣ୍ଡା ତଥା ରାଜ୍ୟ ଓ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ବିଭାଗ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ | ଏଥି ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଭାରେ ପୁରୀ ଜିଲ୍ଲାରୁ ୫୦୦ ଆଶାକର୍ମୀ ମଧ୍ୟ ଉପସ୍ଥିତ ରହିଥିଲେ |
ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS


