ଓଡିଶା ଖବର

ପୁରୀ ରେ ଅକ୍ଟୋବର ୧୮ ରୁ ହେବ ଜାତୀୟ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ।

ପୁରୀ ୨୦/୯ (AKN NEWS): ପୁରୀ ଜଗନ୍ନାଥ ଷ୍ଟାଡିୟମ ଠାରେ ୪ ର୍ଥ ଏନଟିପିସି ଜାତୀୟ ରାକିଂ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୮ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି।ଏହି ଟୁର୍ଣ୍ଣାମେଣ୍ଟ କୁ ଶୃଙ୍ଖଳିତ ଓ ସୁଚାରୁ ରୁପେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପୁରୀ ରେ ଜାତୀୟ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ ର ଆୟୋଜନ ଏକ ସ୍ୱାଗତ ଯୋଗ୍ଯ ପଦକ୍ଷେପ।ପ୍ରଶାସନ ଓ କ୍ରୀଡା ବିଭାଗ ପକ୍ଷରୁ ସହଯୋଗ ଦେବାକୁ ସେ ସୂଚନା ଦେଇଥିଲେ।ବିଭିନ୍ନ ବିଭାଗର ସମନ୍ବୟ ରେ ଏହା ଯେପରି ଭଲ ଭାବରେ ଆୟୋଜିତ ହେବ ସେଥିପାଇଁ ସେ ବିଭାଗୀୟ ଅଧିକାରୀ ମାନ ଙ୍କୁ ପରାମର୍ଶ ଦେଇଥିଲେ।ଓଡିଶା ତୀରନ୍ଦାଜ ଆସୋସିଏସନ ର ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ବିସ୍ତୃତ ସୂଚନା ଦେଇ ସିନିୟର, ଜୁନିୟର ଓ ସବ ଜୁନିୟର ସ୍ତରରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ ଓ ଶ୍ରେଷ୍ଠ ପ୍ରତିଯୋଗୀ ଙ୍କୁ ଏହି ଅବସରରେ ପୁରସ୍କୃତ ମଧ୍ୟ କରାଯିବ ବୋଲି କହିଥିଲେ।ଯେହେତୁ ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ମାନେ ଆସିବେ ସେଥିପାଇଁ ସୁରକ୍ଷା, ଶୃଙ୍ଖଳା ରକ୍ଷା, ସ୍ୱଛତା, ଟ୍ରାଫିକ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ସିଡିଏମଓ ଡା ରୂପଭାନୁ ମିଶ୍ର, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ରାମଚନ୍ଦ୍ର ଦାସମହାପାତ୍ର , ଓଡ଼ିଶା ତୀରନ୍ଦାଜ ଆସୋସିଏସନ ର ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଦାସ, କୋଷାଧ୍ୟକ୍ଷ ସୌରଜିତ ସିଂ,କାର୍ଯ୍ୟକାରୀ କମିଟି ସଦସ୍ୟ ଜିତେନ୍ଦ୍ର ନାଥ ଦାସ, ଶ୍ରଦ୍ଧାନନ୍ଦ ଦାସ,ମଳୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!