ଓଡିଶା ଖବର

‘ଏକ ରାଷ୍ଟ୍ର,ଏକ ନିର୍ବାଚନ’ ଆଲୋଚନା ଚକ୍ର

(AKN NEWS): ଦେଶରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ନୀତି କାର୍ଯ୍ୟକାରୀ କରିବା ଦିଗରେ ଏକ ପ୍ରସ୍ତାବ କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି।ଭାରତ ର ନିର୍ଵାଚନ ବ୍ୟବସ୍ଥା କୁ ସୁସଂହତ ,ଏକକାଳୀନ ଏବଂ ଖର୍ଚ୍ଚକାଟ କୁ ଦୃଷ୍ଟି ରେ ରଖି ଦେଶ କୁ ଉନ୍ନତ ଏବଂ ସମୃଦ୍ଧ କରିବାରେ ଏକ ରାଷ୍ଟ୍ର ଏକ ନିର୍ବାଚନ ର ଆବଶ୍ୟକତା ଉପରେ ସ୍ଥାନୀୟ ଆତ୍ମ ବିକାଶ କେନ୍ଦ୍ର ଠାରେ ବରିଷ୍ଠ ନାଗରୀକ ସଂଘ,କଳାହାଣ୍ଡି ତରଫରୁ ସଭାପତି ଶ୍ରୀ ଗଜେନ୍ଦ୍ର ପ୍ରସାଦ ପାଢ଼ୀ ଙ୍କ ସଭାପତିତ୍ୱ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ମୁଖ୍ୟ ଆଲୋଚକ ଭାବେ କଳାହାଣ୍ଡି ସିଟିଜେନ ଫୋରମ ର ସଭାପତି ଶ୍ରୀ ରାମ ଚନ୍ଦ୍ର ମହାପାତ୍ର ଦେଶର ସମୃଦ୍ଧି ରେ ଏକ ରାଷ୍ଟ୍ର ଏକ ନିର୍ବାଚନ ଉପରେ ଆଲୋକପାତ କରିଥିଲେ, ସର୍ବଶ୍ରୀ ମଳୟ କୁମାର ମୁଣ୍ଡ,ଦେବୀ ପ୍ରସାଦ ଦାସ,ସୁଧାଂଶୁ ଶେଖର ନେଗୀ, ପ୍ରେମାନନ୍ଦ ବାଗ,ସୁମନ କୁମାର ରଥ ଏହି ଆଲୋଚନା ରେ ନିଜର ଚିନ୍ତନ କୁ ଉପସ୍ଥାପନ କରିଥିଲେ, ପରିଶେଷରେ ସଂପାଦକ ଶ୍ରୀ ଭାରତ ଭୂଷଣ ଚଲାନ ଧନ୍ୟବାଦ ଅର୍ପଣ କରିଥିଲେ, ଏଥିରେ ସଂଘର ବହୁ ସଦସ୍ୟ ଅଂଶ ଗ୍ରହଣ କରିଥିଲେ

ବିଷ୍ଣୁ ଚରଣ ସ୍ୱାଇଁ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!