ଓଡିଶା ଖବର

୧୬ ଦଫା ଦାବୀ ନେଇ ଜିନ୍ଦାବାଦ ସଂଗଠନ ତରଫରୁ ଧର୍ମଗଡ ଉପଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ

(AKN NEWS): କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଜିନ୍ଦାବାଦ ସଂଗଠନ ଏବଂ ଓଡିଶା ଜଙ୍ଗଲ ଅଧିକାର ମଞ୍ଚ କଳାହାଣ୍ଡି ପକ୍ଷରୁ ସୋମବାର ସକାଳ ୧୦ ଟା ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ୧୬ ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।ଏଥିରେ ଅନୁସୂଚିତ ଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନେ ଉପସ୍ଥିତ ରହି ନିଜ ହକ ପାଇଁ ସ୍ଵର ଉଠାଇ ଥିଲେ। ଧର୍ମଗଡ ପଞ୍ଚାୟତ କଲେଜ ଠାରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ନାରାବାଜି ସହ ଶୋଭାଯାତ୍ରା କରିଥିଲେ।

ମୋ ଜଙ୍ଗଲ ଜମି ଯୋଜନା କାର୍ଯ୍ୟକାରିତା ସମୟରେ ଜଙ୍ଗଲ ଅଧିକାର ସ୍ଵୀକୃତି ଆଇନ ର ମୂଳ ଲକ୍ଷରୁ ବିଚ୍ୟୁତ ହୋଇ ଉଲ୍ଲଘଂନ ହୋଇଥିବା କାର୍ଯ୍ୟ କୁ ରୋକିବା ଓ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ରଖିଥିଲେ।ପାରମ୍ପାରିକ ବନବାସୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ପ୍ରଦାନ, ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପାରିକ ବନବାସୀଙ୍କ ବିରୁଦ୍ଧରେ କରାଯାଇଥିବା ଜଙ୍ଗଲ ଓ ଜୀବିକା ସମ୍ପର୍କିତ କେଶ ଗୁଡିକୁ ଅବିଳମ୍ବେ ପ୍ରତ୍ୟାହାର କରାଯାଉ ବୋଲି ବିଭିନ୍ନ ଦାବୀ ନେଇ ମୁଖ୍ୟମନ୍ତ୍ରୀ ଓଡିଶା ସରକାର ଙ୍କ ଉଦ୍ଦେଶ୍ୟ ରେ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଉପଜିଲ୍ଲାପାଳ ଅଜୟ କୁମାର ତିର୍କି ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଜିନ୍ଦାବାଦ ସଂଘର ସଭାପତି ଜନ୍ମେଜୟ ମାଝୀ,ଯତୀନ୍ଦ୍ର ସେନାପତି , ସୁଶାନ୍ତ ମାଝୀ, ଲଖିଧର ମାଝୀ, ମିନିକେତନ ମାଝୀ, ରାଜୀବ ମାଝୀ, ଜିରନ ମାଝୀ, ଭୋଜରମ ଧରୁଆ, ମନୁସର ନାଏକ, କେଶବ ମାଝୀ, ପ୍ରସନ୍ନ ମାଝୀ ସମେତ ଶତାଧିକ ଅନୁସୂଚିତ ଜନଜାତି ଓ ବନବାସୀ ଉପସ୍ଥିତ ଥିଲେ।

dhramgarh upa khanda ru shyam sundar agrawal akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!