ଓଡିଶା ଖବର

ପରଲୋକରେ କବି ତଥା ନାଟ୍ୟକାର ହରିହର ମିଶ୍ର 

ପୁରୀ ୨୩/୯(AKN NEWS): ଓଡ଼ିଶା ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ସଭାପତି ହରିହର ମିଶ୍ର ଙ୍କ ର ଆଜି ସକାଳ ୯ଟା୫ମିନିଟରେ ଦେହାନ୍ତ ହୋଇ ଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। କବି, ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ ତଥା ଗୀତିକାର ସ୍ୱର୍ଗତ ମିଶ୍ର ଙ୍କ ଦେହାନ୍ତ ସମୟରେ,ପତ୍ନୀ ରାଜଲକ୍ଷ୍ମୀ ଓ ପୁଅ-ବୋହୁ ଉପସ୍ଥିତ ଥିଲେ। ଚାହାଣି ମଣ୍ଡପ, ପଞ୍ଚମ ଦୁଆର,ଶୟନ ପ୍ରତିମା ଭଳି ୩୨ଟି କବିତା ସଂକଳନ,କାଗଜଡଙ୍ଗା,ନିନ୍ଦିତ ଗଜପତି, ରାତି ର ଦୁଇଟି ଡେଣା ଭଳି ୨୨ଟି ନାଟକ,ବନହରିଣୀ ଭଳି ୪ଟି ଉପନ୍ୟାସ, ଇଛା ର ସାମ୍ରାଜ୍ୟ ଭଳି ୫ଟି ଗଳ୍ପ ସଂକଳନ, ବେଳାଭୂମି ଓ ନୀଳ ଉପତ୍ୟକା ଭଳି ଅନେକ ଗୀତିକବିତା ର ସ୍ରଷ୍ଟା ହରିହର ମିଶ୍ର, ଚିଲିକା ତୀରେ ଚଳଚ୍ଚିତ୍ର ର ସହ ନିର୍ଦ୍ଦେଶକ ସହ ଚଳଚ୍ଚିତ୍ର ତପସ୍ୟା ର ‘ଢାଳି ଦିଅ ସାରା ଧରଣୀ ରେ ଆଜି ତୁମରି ଆଶିଷ ଧାରା ‘ଭଳି ସଂଗୀତ ପାଇଁ ଚର୍ଚ୍ଚିତ ଥିଲେ। ସେ ଓଡ଼ିଶା ସାହିତ୍ୟ ଏକାଡେମୀ ର ସଭାପତି ମଧ୍ୟ ରହିଥିଲେ। ବିଶେଷ କରି ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର, ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ସମ୍ମାନ ଭଳି ସେ ପାଇଥିଲେ ୫୦୦ରୁ ଉର୍ଦ୍ଧ୍ବ ସମ୍ମାନ। ତାଙ୍କ ମୃତ୍ୟୁରେ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ,ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ର ଯୁଗ୍ମ ସଚିବ ଦେବପ୍ରସାଦ ଦାଶ,ଓଡ଼ିଶା ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ସଂପାଦକ ବିଜୟାନନ୍ଦ ସିଂହ, ଓଡ଼ିଶା ସଂଗୀତ ଏକାଡେମୀ ସଚିବ ପ୍ରବୋଧ ରଥ, ଓଡ଼ିଶା ସାହିତ୍ୟ ଏକାଡେମୀ ର ସଚିବ ଡକ୍ଟର ସୁବୋଧ ଆଚାର୍ଯ୍ୟ ଓ ସହ -ସଚିବ ସଂଜୟ ଛୁଆଳସିଂହ ପ୍ରମୁଖ ଶୋକ ବ୍ୟକ୍ତ କରିଥିବା ବେଳେ, ସ୍ବର୍ଗଦ୍ବାର ଠାରେ ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ‌‌ଭୋଇ,ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପକ୍ଷରୁ ଗୀତିକାର ତଥା ସଦସ୍ୟ ଡକ୍ଟର ବଦ୍ରି ମିଶ୍ର, ସାହିତ୍ୟ ଏକାଡେମୀ ପକ୍ଷରୁ ସହ ସଚିବ ସଂଜୟ ଛୁଆଳସିଂହ, ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଶବାଧାର ରେ ମାଲ୍ୟାର୍ପଣ କରିଥିଲେ।ଏକ ଭବ୍ୟ ଶବ ଶୋଭାଯାତ୍ରାରେ ତାଙ୍କୁ ସିଂହଦ୍ବାର ଦେଇ ସ୍ବର୍ଗଦ୍ବାର ନିଆ ଯାଇଥିଲା। ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମୁଦ୍ରକୂଳ ଥାନା ଅଧିକାରୀ ମାନସ ରଞ୍ଜନ ଚକ୍ରଙ୍କ ନେତୃତ୍ବ ରେ ସ୍ବର୍ଗତ ମିଶ୍ରଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।ଏକମାତ୍ର ପୁତ୍ର ସଂଗୀତ ନିର୍ଦ୍ଦେଶକ ରୂପକଳ୍ପ ମିଶ୍ର ମୁଖାଗ୍ନୀ ଦେଇଥିବା ବେଳେ, ତିନିକନ୍ୟା ରୀତିମୁକ୍ତା ରାଜଗୁରୁ,ମୋନାଲିସା ମିଶ୍ର ଓ ବର୍ଣ୍ଣମାଳା ଦାଶ, ଝିଆରୀ ସଂଘମିତ୍ରା ଦାଶ, ଅଧିବକ୍ତା ଚିନ୍ମୟ ଦାଶ,ଶିକ୍ଷାବିତ୍ କୈଳାଶ ଚନ୍ଦ୍ର ଟିକାୟତରାୟ,କବି ଭଗବାନ ଜୟସିଂହ,ପ୍ରତିମା ମିଶ୍ର, ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର, ଶ୍ୟାମାପ୍ରକାଶ ସେନାପତି,ଅଜୟ ପ୍ରଧାନ, ଶିବ ସୁନ୍ଦର ମିଶ୍ର, ବୀରେନ୍ଦ୍ର ମହାନ୍ତି, ଚାରୁବାଳା ଦାଶ, କାମଦେବ ମହାରଣା, ଶ୍ରୀକାନ୍ତ ମହାନ୍ତି, କୃଷ୍ଣଚନ୍ଦ୍ର ରଥ, ରବୀନ୍ଦ୍ର ନାଥ ପଟ୍ଟନାୟକ, ଚକ୍ରଧର ମହାପାତ୍ର, ସଦାଶିବ ମିଶ୍ର,ରବି ତ୍ରିପାଠୀ, ପ୍ରଦୀପ୍ତ ପ୍ରଧାନ,ବିକ୍ରମ ସାହୁ, ସଂଗ୍ରାମ ଦାଶ, ପ୍ରାଣକୃଷ୍ଣ ମହାପାତ୍ର, ସ୍ବାଧୀନ ପଣ୍ଡା,ସତ୍ୟ ନାରାୟଣ ମିଶ୍ର,ବିଜୟ ପଣ୍ଡା,ସତ୍ୟ ନାରାୟଣ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!