ଖୁସି ଚାରିଟେବୁଲ ଟ୍ରଷ୍ଟ ତରଫ ରୁ ଅସହାୟ ଛାତ୍ର ଙ୍କୁ କଲେଜ ରେ ଆଡ଼ମିସନ

ଭବାନୀପାଟଣା (AKN NEWS): ଭବାନୀପାଟଣା ବ୍ଲକ କରାଟିକିଲି ଗ୍ରାମରେ ଜଣେ ଅସହାୟ ଛାତ୍ର ଦେବାଶିଷ ବଗର୍ତି (୧୫ ) ଆର୍ଥିକ ସ୍ଥିତି ଅସୁବିଧା ହେତୁ ଏବର୍ଷ କଲେଜ ରେ ଆଡ଼ମିସନ କରି ପାରିନଥିଲେ l ଆର୍ଥିକ ଅସୁବିଧା ହେତୁ କଲେଜ ରେ ନାମ ଲେଖା ପାଇଁ ଲିଷ୍ଟ ବାହାରିଥିଲେ ମଧ୍ୟ ଆଡ଼ମିସନ କରି ପାରିନଥିଲେ l ଏହି ସମସ୍ୟା ବିଷୟରେ ଖୁସି ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀ ଯଶୋବନ୍ତ ରଣା ଜାଣିବାପରେ ଉପଦେଷ୍ଟା ଶ୍ରୀ ଭୁବନହରୀ ପ୍ରଧାନ ଙ୍କ ସହଯୋଗ ରେ ଆଜି ତିଳଯୋଡି ସ୍ଥିତ ସରକାରୀ +୨ କଲେଜ ରେ ଆଜି ଆଡ଼ମିସନ କରାଗଲା l
ସୂଚନା ଅନୁଯାୟୀ କରାଟିକିଲି ଗ୍ରାମର କମ୍ବୁ ବଗର୍ତି ଓ ସ୍ତ୍ରୀ ଉର୍ମିଳା ବଗର୍ତି ଙ୍କ ପରିବାର ହସ ଖୁସିରେ ଚାଲିଥିଲା l ଦୁଇଜଣଙ୍କ ଔରସ ରୁ ଦେବାଶିଷ, ବବିତା ଓ ବିକାଶ ତିନି ଶିଶୁ ଜନ୍ମ ନେଇଥିଲେ l ଦେବାଶିଷ କୁଳି ମଞ୍ଜୁରୀ କରି ବେଶ ଖୁସିରେ ପରିବାର ର ପ୍ରତି ପୋଷଣ କରୁଥିଲେ l ହେଲେ ଵିଧି ର ବିଧାନ ଅଲଗା ଥିଲା l ଦିନର ବ୍ୟବଧାନ ରେ କମ୍ବୁ ବଗର୍ତି କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ l ଘରେ ଥିବା ଜମି, ସୁନା ଗହଣା ବନ୍ଧକ ରଖି ଉର୍ମିଳା ସ୍ୱାମୀର ଚିକିତ୍ସା କରିଥିଲେ, ହେଲେ ଶେଷରେ ଗତ କିଛିଦିନ ତଳେ ତାଙ୍କର ଦେହାନ୍ତ ହୋଇଥିଲା l ଏପଟେ ଦେବାଶିଷ ମାଟ୍ରିକ ରେ ପାସ କରି କଲେଜ ରେ ନାମଲେଖା ପାଇଁ ଆସିଥିଲେ ମଧ୍ୟ ଆର୍ଥିକ ଅସୁବିଧା ହେତୁ ଆଡ଼ମିସନ କରି ପାରିନଥିଲେ l ଆଜି ଦେବାଶିଷ ର ଆଡ଼ମିସନ ତିଳଯୋଡି କଲେଜ ଠାରେ ଖୁସି ଚାରିଟେବୁଲ ଟ୍ରଷ୍ଟ ସହଯୋଗ ରେ ହୋଇଛି l
ବ୍ୟୁରୋ ରିପୋର୍ଟ AKN NEWS


