କୁଟୁରାଚୁଆଁ କନିଷ୍ଠ କଲେଜ ରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

କୁଚିଣ୍ଡା ୨୭/୯(AKN NEWS): କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁଟୁରାଚୁଆଁ କନିଷ୍ଠ କଲେଜ ରେ ଅଧ୍ୟକ୍ଷ ନିଳାଞ୍ଚଳ ତିୱାରୀଙ୍କ ସଭାପତିତ୍ବ ରେ ସମ୍ବଲପୁର ନେହେରୁ ଯୁବ କେନ୍ଦ୍ର ସହଯୋଗ ରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସର ରେ ସମାଜସେବୀ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଓ ସ୍ବେଛାସେବୀ ସରୋଜ ମେହେରଙ୍କ ନେତୃତ୍ବରେ କଲେଜ କ୍ୟାମ୍ପସରେ ସଫେଇ ଅଭିଯାନ ଅନୁଷ୍ଠିତ ହେଇଥିଲା । କଲେଜର ବାଡ ଭିତରେ ଓ ସମ୍ମୁୁଖ ରେ ଥିବା ସମସ୍ତ ମଇଳା ଗୁଡିକ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀମାନେ ମିଶି ସଫା କରିଥିଲେ। ଏହି ଅବସର ରେ ଅବସ୍ଥାରେ ଅଧ୍ୟକ୍ଷ ଶ୍ରୀ ତିୱାରୀ ଓ ଅତିଥି ଶ୍ରୀ ନାୟକ ଛାତ୍ର ଛାତ୍ରୀମାନଙ୍କୁ ସ୍ବଛତାର ଉପକାରିତା ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ଛାତ୍ର,ଛାତ୍ରୀ ଙ୍କୁ ସ୍ୱେଚ୍ଛତା ପାଇଁ ଦଶ ଗୋଟି ବିଷୟକୁ ନେଇ ଶପଥପାଠ କରାଇବା ସହ ସ୍ଲୋଗାନ ଦେଇ ପରିକ୍ରମା କରାଇଥିଲେ ।କଲେଜ ର ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ,ଅଧ୍ୟାପିକା ଭାବନା ପାଣ୍ଡେ,ଅଧ୍ୟାପକ ସତ୍ୟନାରାରଣ ପଟେଳ,ଅଧ୍ୟାପକ ସୁଧୀର କୁମାର ନାଏକ,ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ,ଡିଇଓ ସମିନ ରଞ୍ଜନ ନାଏକ,କିରାଣୀ ଭେଷଜ ଗରଡିଆ,ଅଣଶିକ୍ଷକ ଜୟଦେବ ରାଉତ ଓ ଅସିମ କୁମାର ପରୁଆ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


