ଓଡିଶା ଖବର

ନୂତନ ରେଳ ଲାଇନ ଦାବି କୁ ନେଇ ଆଜି ପାଟଣାଗଡ଼ ୧୨ଘଣ୍ଟିଆ ବନ୍ଦ୍।

(AKN NEWS): ହରିଶଙ୍କର ରେଲ୍ ଷ୍ଟେସନ୍ ଠାରୁ ପାଟଣାଗଡ଼ ଭାୟା ବଲାଙ୍ଗୀର ନୂତନ ରେଳ ଲାଇନ୍ ନିର୍ମାଣ ଦାବିକୁ ନେଇ ଆଜି ପାଟଣାଗଡ଼ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ବିଭିନ୍ନ ସଂଗଠନ ପକ୍ଷରୁ। ଏହି ବନ୍ଦ୍ ଡାକରା ସକାଳ ୬ଟା ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ୍ ଡାକରା ଦିଆ ଯାଇଥିବାବେଳେ ଅତି ଜରୁରୀକାଳୀନ ସେବା କୁ ବାଦ୍ ଦିଆଯାଇଛି ।ପାଟଣାଗଡ଼ ର ସମସ୍ତ ଦୁକାନ ବଜାର ସ୍କୁଲ କଲେଜ ସରକାରୀ ବେସରକାରୀ କାର୍ଯ୍ୟାଳୟ ସମସ୍ତ ବନ୍ଦ୍ ରହିଛି

ପାଟଣାଗଡ ୧୨ ଘଣ୍ଟିଆ ବନ୍ଦ୍ ହୋଇଥିବାବେଳେ ଯାତ୍ରୀ ମାନେ ଯାତାୟାତ କରିବାକୁ ଆସୁବିଧାର ସମ୍ମୁଖୀନ ହେଉଛନ୍ତି। ପରେ ସମ୍ପର୍କୀୟ ମାନଙ୍କୁ ଫୋନ୍ କରି ବାଇକ୍ ଆଣିବାରୁ ବାଇକ୍ ଯୋଗେ ଘରକୁ ଫେରିଯାଉଛନ୍ତି

କବଲାଙ୍ଗୀର ନୂଆପଡ଼ା ପାଟଣାଗଡ ନୂତନ ରେଳ ଲାଇନ ନିର୍ମାଣ ସର୍ଭେ ପାଇଁ ୨୦୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ଏକ ଚିଠି ରେ ଉଲ୍ଳେଖ ହୋଇଥିବା ଜଣାପଡ଼ିଛି। ଅନ୍ୟ ପଟେ ଏହି ରେଳ ଲାଇନ୍ ନିର୍ମାଣ କରିବା ପାଇଁ ବିଳମ୍ବ କରୁଥିବାରୁ ଆଜି ହରିଶଙ୍କର ରେଳ ଷ୍ଟେସନ ରେ ରେଳ ରୋକ୍ କରିବା ସହ ପାଟଣାଗଡ ବନ୍ଦ୍ ଡ଼ାକରା ଦିଆଯାଇଛି।ଏହି ବନ୍ଦ୍ ଡାକରା କୁ ପାଟଣାଗଡ ଅଞ୍ଚଳ ର ବିଭିନ୍ନ ସଂଗଠନ ତଥା ବିଭିନ୍ନ ରାଜନୀତିକ ଦଳ ମଧ୍ୟ ସମର୍ଥନ କରିଛନ୍ତି। ଯଦି ହରିଶଙ୍କର ରେଳ ଷ୍ଟେସନ ରୁ ପାଟଣାଗଡ ଭାୟା ବଲାଙ୍ଗୀର କୁ ରେଲ ଲାଇନ୍ ସଂଯୋଗ ହେଲେ ଅଞ୍ଚଳ ର ବିକାଶ ହେବ ଲୋକେ ବିଭିନ୍ନ ସ୍ଥାନ କୁ ଗମନା ଗମନ କରିବାକୁ ସୁବିଧା ହେବ ବୋଲି ଆଉ ଜଣେ ଆଇନ ଜିବୀ ମତ ଦେଇଛନ୍ତି।

 

ଦୀର୍ଘ ବର୍ଷ ଧରି ହରିଶଙ୍କର ରେଳ ଷ୍ଟେସନ ରୁ ପାଟଣାଗଡ ଭାୟା ବଲାଙ୍ଗୀର କୁ ରେଲ ଲାଇନ୍ ସଂଯୋଗ କରିବାକୁ ବିଭିନ୍ନ ସମୟ ରେ ଦାବୀ କରି ଆସୁଛନ୍ତି ପାଟଣାଗଡ ଅଞ୍ଚଳ ବାସୀ। କେନ୍ଦ୍ର ଓ ରାଜ୍ୟ ରେ ଡବଲ୍ ଇଞ୍ଜିନ ସରକାର ଥିବାରୁ ଏଥର ହରିଶଙ୍କର ରେଳ ଷ୍ଟେସନ ରୁ ପାଟଣାଗଡ ଭାୟା ବଲାଙ୍ଗୀର କୁ ରେଳ ସଂଯୋଗ ହେବ ବୋଲି ପାଟଣାଗଡ ଅଞ୍ଚଳ ବାସୀ ଆଶା ରଖି ଥିବା ବେଳେ ସରକାର କେବେ ଏହି ଅଞ୍ଚଳ ଲୋକମାନଙ୍କ ଦାବୀ ପୂରଣ କରି ହରିଶଙ୍କର ରେଳ ଷ୍ଟେସନ ଠାରୁ ପାଟଣାଗଡ଼ ଭାୟା ବଲାଙ୍ଗୀର କୁ ରେଳ ସଂଯୋଗ କରୁଛନ୍ତି ତାହା ଅପେକ୍ଷାରେ ରହିଛନ୍ତି ପାଟଣାଗଡ ଅଞ୍ଚଳ ବାସୀ

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!