ଓଡିଶା ଖବର

ପିଏମ କିଶାନ ର ୧୮ ତମ କିସ୍ତି ପ୍ରଦାନ।ପୁରୀ ରେ ପିଏମ କିଶାନ ଉତ୍ସବ ଦିବସ ପାଳିତ।

ପୁରୀ ୫/୧୦ (AKN NEWS): ଆଜି ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପିଏମ କିଶାନ ଉତ୍ସବ ଦିବସ ପାଳିତ ହୋଇଥିଲା।ଓ୍ବେବ କାଷ୍ଟିଂ ମାଧ୍ୟମରେ ପ୍ରଦର୍ଶିତ ଏହି କାର୍ଯ୍ୟକ୍ରମ ରେ ମହାରାଷ୍ଟ୍ରର ଓ୍ୱାସିମ ରୁ ପିଏମ କିଶାନ ର ୧୮ ତମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିବା ସହ କୃଷି ଓ କୃଷକ ର ଉନ୍ନତି ରେ ଏହି ଅର୍ଥ ସହାୟତା ପ୍ରଦାନ କରିବ ବୋଲି କହିଥିଲେ।ପୁରୀ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ଦାଶ,ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୂତି ରଞ୍ଜନ ରାଉତ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଶରତ କୁମାର ବେହେରା, ଏଆରସିଏସ ସ୍ବରୂପ କୁମାର କର,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ମୃର୍ତ୍ତିକା ସଂରକ୍ଷଣ ବିଭାଗର ସହକାରୀ ନିର୍ଦ୍ଦେଶକ ସ୍ୱୟଂପ୍ରଭା ଦାସ,ପୁରୀ ଜିଲ୍ଲା କୃଷି ଅଧିକାରୀ ସୁଶାନ୍ତ କୁମାର ଦାସ ପ୍ରମୁଖ ଯୋଗ ଦେଇ କୃଷକ ମାନ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।ପୁରୀ ଜିଲ୍ଲାର ମୋଟ ୧୫୪୯୦୭ ଜଣ କୃଷକ ଙ୍କୁ ଜଣ ପିଛା ୨ ହଜାର ଟଙ୍କ ହିସାବରେ ର ମୋଟ ୩୦୯୮୧୪୦୦୦ ଟଙ୍କା ଡିବିଟି ମାଧ୍ୟମରେ ସେମାନଙ୍କ ଆକାଉଣ୍ଟ ଦ୍ଵାରା ସହାୟତା ଦିଆଯାଇଛି ବୋଲି ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦାଶ ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଅନ୍ୟାନ୍ୟ କୃଷି ଅଧିକାରୀ, କର୍ମଚାରୀ ଓ ଜିଲ୍ଲାର ବିଭିନ୍ନ ବ୍ଳକରୁ ଶତାଧିକ କୃଷକ ମାନେ ଯୋଗ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!