ଓଡିଶା ଖବର

ବାମରା ବନଖଣ୍ଡ ସ୍ତରୀୟ ଆଭ୍ୟନ୍ତରୀଣ ସମୀକ୍ଷା ବୈଠକ ରେ ବନ୍ୟ ପ୍ରାଣୀ ଓ ଜନତା ଭିତରେ ବନ୍ଧୁତା ଚିନ୍ତନ

କୁଚିଣ୍ଡା (AKN NEWS): ସ୍ଥାନୀୟ ଟାଉନ ହଲ ପରିସରରେ ବାମରା ବନ ଖଣ୍ଡ ର ଅଧିକାରୀ ସମୀର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବନ ଖଣ୍ଡ ସ୍ତରୀୟ ଆଭ୍ୟନ୍ତରୀଣ ସମୀକ୍ଷା ବୈଠକ ରେ ବନ୍ୟ ପ୍ରାଣୀ ଓ ମଣିଷ ଭିତରେ ଶତ୍ରୁତା କାମ କରି ବନ୍ଧୁତା ବୃଦ୍ଧି ପାଇଁ ଚିନ୍ତନ କର ଯାଇଥିଲା ।ଏଥିରେ ପଞ୍ଚାୟତ ରଜ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଓ ସମ୍ବଲପୁର ର ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ ତି ଅଶୋକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। । ବୈଠକର ସମୀକ୍ଷାରୁ ୨୦୨୪ ର ଗଣନା ଅନୁଯାୟୀ ବନ ଖଣ୍ଡ ରେ ୯୧ ହାତୀ ଥିବା ବେଳେ ୧୫୭ ଟି ହାତୀ ଙ୍କ ଅନୁପ୍ରବେଶ ହୋଇଥିବା ବେଳେ ୧୧ ଜଣ ମଣିଷ ଙ୍କୁ ଆକ୍ରମଣ ଓ ସେଥିରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ଯାଇଛି।

ଚଳିତ ବର୍ଷ ଏହି ବନଖଣ୍ଡ ରୁ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ବିଜୁ ପଟ୍ଟନାୟକ ପ୍ରାଣୀ ସୁରକ୍ଷା ପୁରସ୍କାର ପାଇବାକୁ ଯାଉଥିବା ଜଣ ଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ସହକାରୀ ବନ ସଂରକ୍ଷଣ ଅଧିକାରୀ ଆଲୋକ ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ଶେଷରେ ଅନ୍ୟତମ ସହକାରୀ ବନ ସଂରକ୍ଷଣ ଅଧିକାରୀ ରେଶ୍ମା ଲାକ୍ରା ଧନ୍ୟବାଦ୍ ଅର୍ପଣ କରିଥଲେ ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!