ଶବର ସମାଜ ଭବନ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

ପାଟଣାଗଡ଼ ତା ୬.୧0 (AKN NEWS): ପାଟଣାଗଡ ବ୍ଲକ ମରୁଆଁ ପଞ୍ଚାୟତ ର ଗଞ୍ଜାଉଡlର ଗାଁ ଠାରେ ଶବର ସମାଜ ଭବନ ନିର୍ମାଣ ସକାଶେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି l ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ କରକମଳରେ ଭୂମିପୂଜନ ହୋଇଥିଲା l ରାଜ୍ୟସଭା ସାଂସଦ ଙ୍କ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠି ରୁ ଚାରି ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦିଆଯାଇଛି l ଶବର ସମାଜ ଭବନ ଭୂମିପୂଜନ ପୂର୍ବରୁ ଗଞ୍ଜାଉଡlର ଗାଁ ରେ ଶବର ସମାଜର ସାଂସ୍କୃତିକ ଦଳ ଗୁଡିକ ନୃତ୍ୟ ଗୀତ ସହିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ବିରାଟ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ସଭାସ୍ଥଳ କୁ ସାଂସଦ ଶ୍ରୀ ବିଶି ଙ୍କୁ ପାଛୋଟି ଆଣିଥିଲେ l ପ୍ରସ୍ତାବିତ ଭୂମି ପୂଜନ ପରେ ଶବର ସମାଜର ଉପଖଣ୍ଡ ସଭାପତି ଚନ୍ଦ୍ରମଣି ଶବର ଙ୍କ ସଭାପତିତ୍ୱ ରେ ସଭା କରାଯାଇଥିଲା l ଓଡିଶା ରାଜ୍ୟରେ ଚଉଷଠି ଟି ଆଦିବାସୀ ସମ୍ପ୍ରଦାୟ ଥିବାବେଳେ ଶବର, ସହରା, ସଉରା, ସଅର, ଜାରା ଶବର, ବେଶୁ ସଓରା, ଭିମା ସଓରା, ଲରିଆ ସଓରା, ସୁଦ୍ଧ ସଓରା, କଳାପୀଠିଆ ସଓରା, ଲାଞ୍ଜିଆ ସଉରା, ଯତି ସଉରା, ଟଙ୍କଳା ସଉରା ଅନ୍ୟତମ l ଓଡିଶାରେ ମୋଟ ଜନସଂଖ୍ୟା ର ୨୩ ପ୍ରତିଶତ ଜନସଂଖ୍ୟା ହେଉଛନ୍ତି ଆଦିବାସୀ l ଓଡିଶା ରେ ଶବର ସହରା, ସଅର,ସଉରା ଆଦିବାସୀ ଙ୍କ ଜନସଂଖ୍ୟା ୧୭ ଲକ୍ଷ ରୁ ଉର୍ଦ୍ଧ l ସଉରା ଭାଷା କୁ ସମ୍ବିଧାନ ର ଅଷ୍ଟମ ଅନୁସୂଚୀ ରେ ସାମିଲ କରିବା ପାଇଁ ଓଡିଶା ସରକାର କେନ୍ଦ୍ର ସରକାର ଙ୍କୁ ସୁପାରିଶ କରିଛନ୍ତି l ଓଡିଶା ରେ ଶବର ସଂସ୍କୃତି, ଭାଷା, କଳା, ସ୍ଥାପତ୍ୟ, ଐତିହ୍ୟ ସର୍ବ ପ୍ରାଚୀନ l ଶବର ସଂସ୍କୃତି ର ସୁରକ୍ଷା, ସଂରକ୍ଷଣ, ପୁନଃଉଦ୍ଧାର ଆବଶ୍ୟକ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ l ଶବର ରାଜା ବିଶ୍ୱବଶୁଙ୍କ ନୀଳମାଧଵ ସଂସ୍କୃତି, ନୀଳମାଧଵ ସଂସ୍କୃତି ରୁ ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ୱବିଦିତ ଥିବା ବେଳେ ରାମାୟଣ ବର୍ଣିତ ତ୍ରେତୟା ଯୁଗର ଶ୍ରୀରାମ ଏବଂ ଶ୍ରାବଣl ଶବରୀ ଙ୍କ ଶବରୀ ନାରାୟଣ ସଂସ୍କୃତି ଖ୍ୟାତି ସୃଷ୍ଟି କରିଛି l ମଞ୍ଚରେ ସମ୍ପାଦକ ସାରଥୀ ବାଗ ସଭା ପରିଚାଳନା କରିଥିଲେ
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


