ଓଡିଶା ଖବର

କୋଶଳ ଗୈାରବ ଦେବେନ୍ଦ୍ର କୁମାରଙ୍କୁ ଭାଷା ରତ୍ନ ସମ୍ମାନ

ତରଭା, ତା ୦୬/୧୦ (AKN NEWS): ବରଗଡ଼ ଜିଳ୍ଲା କର୍ମଜୀବୀ ସାମ୍ବାଦିକ ସଂଘ ଓ କୌଟିଲ୍ୟ ଗ୍ଲୋବାଲ ସ୍କୁଲର ମିଳିତ ସହଯୋଗିତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପୂଜ୍ୟପୂଜା ମହୋତ୍ସବ ଏବଂ ନୂଆଁଖାଇ ଭେଟଘାଟ — ୨୦୨୪ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର କୋଶଳ ସାହିତ୍ୟ ଏକାଡେମୀ ରାଜ୍ୟ ସଭାପତି ତଥା ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକଙ୍କୁ ଭାଷା ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି।ହଟ୍ ନିଉଜ୍ ର ପ୍ରତିଷ୍ଠାତା ଆଶୁତୋଷ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ବରଗଡ଼ ଜିଳ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ମୁଖ୍ୟଅତିଥିଭାବେ ଯୋଗ ଦେଇ ଶ୍ରୀ ନାଏକଙ୍କୁ ମାନପତ୍ର ସହ ଉପଢୌକନ ଓ ପୁଷ୍ପଗୁଚ୍ଛ ଅର୍ପଣପୂର୍ବକ ସମ୍ମାନିତ କରିଥିଲେ। ଏଥିରେ ଆୟୁଷ ପଣ୍ଡା ମୁଖ୍ୟ ବକ୍ତା ତଥା ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ସମାଜସେବୀ ପ୍ରମୋଦ ଅଗ୍ରୱାଲ ଏବଂ ସୁପ୍ରିତ ସିଂ ସମ୍ମାନିତ ଅତିଥିଭାବେ ଯୋଗଦେଇ ଓଡ଼ିଶାର କୋଣ ଅନୁକୋଣରେ ଲୁକ୍କାୟିତ ପ୍ରତିଭାଧରଙ୍କୁ ପୂଜ୍ୟପୂଜା ପରମ୍ପରାକ୍ରମେ ସମ୍ମାନିତ କରିବାରେ ବରଗଡ଼ କେବେହେଲେ ଅବହେଳା କରେ ନାହିଁ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।ଏହା ପୂର୍ବରୁ ଶ୍ରୀ ନାଏକ କୋଶଳ ଗୈାରବ, ଗ୍ରନ୍ଥ ବିଭୂଷଣ, କୋଶଳ ସାରଥୀ ଇତ୍ୟାଦି ଉପାଧିରେ ବିଭୂଷିତ ହେବା ସାଙ୍ଗେ ସାଙ୍ଗେ ଓଡ଼ିଶା ଲେଖକ ବୁଦ୍ଧିଜୀବୀ ପରିଷଦ, ଭୁବନେଶ୍ୱର,ମାଟିଲଗ୍ନା ସାହିତ୍ୟ ସଂସଦ, ନବରଙ୍ଗପୁର, ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ, ଗଞ୍ଜାମ, ପ୍ରୀତି ପ୍ରଣତି ସାହିତ୍ୟ ପରିବାର, କେନ୍ଦୁଝର, ଆମ ସ୍ବପ୍ନ ଆମ ସାହିତ୍ୟ ସଂସଦ, ଭୁବନେଶ୍ୱର, ଘାଏଁ ଦେଖ ତ କଳାପଟା,ଗାଇସିଲେଟ, ପିସଫୁଲ୍ ରାଇଟର୍ସ ଇଣ୍ଟରନେସନାଲ, ବ୍ରହ୍ମପୁର,ମୋ କବି ପ୍ରତିଭା, ବୌଦ୍ଧ,ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ, କଳାହାଣ୍ଡି, ଗୋପବନ୍ଧୁ ସାହିତ୍ୟ ସଂସଦ, ବରପାଲି ପ୍ରଭୃତି ଅନେକ ସାରସ୍ବତ ଅନୁଷ୍ଠାନରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!