ଓଡିଶା ଖବର

ବନ୍ୟପ୍ରାଣୀଙ୍କ ଅଧିକାରକୁ ସମ୍ମାନ ଦେଲେ ତାଙ୍କ ସହ ମଣିଷର ସଂଘର୍ଷ ର ଅନ୍ତ ହେବ: ଜମନକିରା ରେଞ୍ଜ ସ୍ତରୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳିତ 

ଜମନକିରା:୬/୧୦(AKN NEWS): ଆଜି ଭୋଜପୁର ସ୍ଥିତ ଜମନକିରା ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ୭୦ ତମ ବିଶ୍ଵ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇ ଯାଇଅଛି ।ଏହି ଉପଲକ୍ଷେ ବନ୍ୟାଞ୍ଚଳ ଅଧିକାରୀ ଲକ୍ଷ୍ମୀ ନାରାୟଣ ନାଏକ ଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ବିଶିଷ୍ଟ ପରିବେଶବିତ୍ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବନ୍ୟ ପ୍ରାଣୀଙ୍କ ଅଧିକାର କୁ ସମ୍ମାନ ଦେଲେ ଓ ତାଙ୍କୁ ଅନାବିଳ ଭାବରେ ଭଲ ପି ପାରିଲେ ମଣିଷ ସହ ବନ୍ୟ ପଶୁଙ୍କ ସଂଘର୍ଷ ଅଚିରେ ଅନ୍ତ ହୋଇ ପାରିବ ବୋଲି କହି ଥିଲେ। ।ସମାଜସେବୀ ତଥା ଡ଼ାକ୍ତର ହୃଦ ନନ୍ଦ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଗାମୀ ପିଢ଼ି ଙ୍କୁ ଏ ଦିଗରେ ସଚେତନ କରିବାକୁ ଆହ୍ବାନ ଦେଇଥିଲେ।ସମ୍ମାନିତ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର ପଟେଲ ଯୋଗ ଦେଇ ବୃକ୍ଷ ରୋପଣ ଓ ତାର ସଂରକ୍ଷଣ କରିବାକୁ ମାତା ଦେଇଥିଲେ ।କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ସାମାଜିକ କର୍ମୀ ଲକ୍ଷ୍ମୀ ନାରାୟଣ ଧର ଅତିଥି ପରିଚୟ ପ୍ରଦାନ,ଉଦ୍ଦେଶ୍ୟ ଙ୍ଗ୍ୟପାନ ସହ ସଂଯୋଜନା କରିଥଲେ ।

ସଭା ପୂର୍ବରୁ ମୁଖ୍ୟ ବକ୍ତା ଶ୍ରୀ ନାୟକ ଙ୍କ ନେତୃତ୍ୱ ଓ ବନପାଳ ଚନ୍ଦ୍ର ଶେଖର ଭୋଇ,ପୁଷ୍ପାଞ୍ଜଳି ବେହେରା,ଶିଶିର ସାମଲ, ଅଭିନ୍ନ ସୁନ୍ଦର ବାଘ ପ୍ରମୁଖ ଙ୍କ ପରିଚାଳନା ରେ ପ୍ରାଣୀ ସୁରକ୍ଷା ସପକ୍ଷରେ ବିଭିନ୍ନ ସ୍ଲୋଗାନ ଦେଇ ଏକ ବିରାଟ ଶୋଭା ଯାତ୍ରା ରେ ବାନ କମି ଓ ମହିଳା ମାନେ ଗ୍ରାମ ପରିକ୍ରମା କରିଥଲେ । ସଭା ରେ ସମସ୍ତ ଅତିଥି ,ଓ ଉପସ୍ଥିତ ଜନତା ଙ୍କୁ ବନ୍ୟ ପ୍ରାଣୀର ସୁରକ୍ଷା ପାଇଁ ଶ୍ରୀ ନାୟକ ଶପଥ ପାଠ କରାଇଥିଲେ ।ସିବିରାର୍ଥି ଙ୍କ ମଧ୍ୟରୁ ପ୍ରାଣୀ ମିଟର ବାସନ୍ତୀ ବେହେରା ମଧ୍ୟ ଭାଷଣ ଦେଇ ଅତିଥି ଓ ବକ୍ତା ଙ୍କ ପରାମର୍ଶ ର ଉଚ୍ଚ ପ୍ରଶଂସା କରିଥିବା ବେଳେ ଶେଷରେ ସାମାଜିକ କର୍ମୀ ସନ୍ତୋଷ ଧଳ ଧନ୍ୟବାଦ୍ ଅର୍ପଣ କରିଥିଲେ

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!