ଓଡିଶା ଖବର

ଗଙ୍ଗାଧର ମେହେର ଶ୍ରାଦ୍ଧ ଶତବାର୍ଷିକୀ ଅବସରରେ ଆନ୍ତଃ ଜିଲ୍ଲା କବି ସମ୍ମିଳନୀ ଅନୁଷ୍ଠିତ

କୁଚିଣ୍ଡା: ୫/୧୦(AKN NEWS): ଅଗ୍ରଣୀ ଅନୁଷ୍ଠାନ ପଶ୍ଚିମା ର ସଭାପତି ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ସ୍ବଭାବ କବି ଗଙ୍ଗଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଉପଲକ୍ଷେ କୁଟୁରାଚୁଆଁ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅର୍ନ୍ତଃ ଜିଲ୍ଲା କବି ସମ୍ମିଳନୀ ମାଧ୍ୟମରେ ପ୍ରକୃତି କବି ଙ୍କୁ ଶ୍ରଦ୍ଦା ସୁମନ ଜ୍ଞାପନ କରିଥିଲେ ।ଏହି ସମ୍ବିଲନିରେ ସୋନପୁର, ବରଗଡ଼,ସମ୍ବଲପୁର ,ଝାରସୁଗୁଡ଼ା ଓ ଦେବଗଡ଼ର ପ୍ରାୟ ଷାଠିଏ ଜଣ କବି ଓ କବିୟତ୍ରୀ ତାଙ୍କ ସ୍ବରଚିତ କବିତା ପାଠ କରିଥିଲେ ।ଏଥିରେ ବିଶିଷ୍ଟ ସମାଜସେବୀ ଡକ୍ଟର ହୃଦା ନନ୍ଦ ନାଏକ ମୁଖ୍ୟ ଅତିଥି, ଝାରସୁଗୁଡ଼ା ପୌର ପରିଷଦ ର ସ୍ବାସ୍ଥ୍ୟ ପରିଦର୍ଶକ ତଥା ବାଗ୍ମୀ ମଦନା ନନ୍ଦ ଶେଠ୍ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଗଙ୍ଗାଧର ସାହିତ୍ୟ ଉପରେ ଆଲୋଚନା କରି ତାଙ୍କ ଜୀବନ ଦର୍ଶନ ଭିତରେ ଏହାର ଛବି ର ସମ୍ୟତା ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଅତିଥି ଗଣ ମେହେର କବି ଙ୍କ ତୈଳ ଚିତ୍ର ରେ ମାଲ୍ୟାର୍ପଣ ସହ ଦୀପ ଦାନ କରି ଉତ୍ସବ କୁ ଉଦ୍ଘାଟନ କରିଥିଲେ । ସ୍ଵାଗତ ସମିତି ର ସଭାପତି କବି ଭବାନୀ ଶଙ୍କର ନାଏକ ସ୍ଵାଗତ ବକ୍ତବ୍ୟ , ସମ୍ପାଦକ ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପୁଝାରୀ ମଞ୍ଚ ଆମନ୍ତ୍ରଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କବି ପ୍ରେମ ସାଗର ଦେହେରିଆ କବିତା ସଂଯୋଜନା କରିଥିଲେ। ।ପ୍ରତିଷ୍ଠିତ କବି ଗଣ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା ଓ ପୂର୍ବରୁ ସ୍କୁଲ ଓ କଲେଜ ସ୍ତରରେ ଆୟୋଜିତ ବିଭିନ୍ନ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନ ର ମୁଖ ପତ୍ର ଓ ଅନ୍ୟ ପୁସ୍ତକ ଉନ୍ମୋଚନ କରିଥିଲେ। ।ଶେଷରେ ଅନୁଷ୍ଠାନ ର ମହା ସଚିବ ହୃଦାନନ୍ଦ ଶର୍ମା ଧନ୍ୟବାଦ୍ ଅର୍ପଣ କରିଥିଲେ । ସମ୍ମିଳନୀରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଏହି ଶ୍ରାଦ୍ଧ ଶତବାର୍ଷିକୀ କରାଯିବାକୁ ମାତା ପ୍ରକାଶ ପାଇଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ଏକ ବଡ଼ ଧରଣର କମିଟି ଗଠନ କରି ରାଜ୍ୟ ଓ ଦେଶ ବ୍ୟାପି ପାଳନ ପାଇଁ ଆହ୍ବାନ ଦିଆ ଯାଇଛି ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!