ଓଡିଶା ଖବର

ସମ୍ବଲପୁର ଚିଡ଼ିଆ ଖାନାରେ ବନ୍ୟ ପ୍ରାଣୀ ସପ୍ତାହ ଉଦଯାପିତ: ତିନି ଜଣ ପାଇଲେ ବିଜୁ ପଟ୍ଟାୟକ ପୁରସ୍କାର 

ସମ୍ବଲପୁର:୮/୧୦(AKN NEWS); ଗତ ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ବିଶ୍ଵ ବନ୍ୟ ପ୍ରାଣୀ ସପ୍ତାହ ଜିଲ୍ଲା ର ବିଭିନ୍ନ ସ୍ଥାନରେ ପାଳିତ ହେବା ପରେ ଓଡ଼ିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସମ୍ବଲପୁର ଚିଦିଆ ଖନ ପରିସରରେ ଏକ ଭବ୍ୟ ଜିଲ୍ଲା ସ୍ତରୀୟ ସମାରୋହରେ ଉଦଯାପିତ ହୋଇ ଯାଇଛି। ହୀରାକୁଦ ବନ୍ୟ ପ୍ରାଣୀ ବନ ଖଣ୍ଡର ବନଖଣ୍ଡ ଅଧିକାରୀ ଅନ୍ସୁପ୍ରଭ ଦାସ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ସମ୍ବଲପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ସିଦ୍ଧେଶ୍ୱର ବଳି ରାମ ବେନ୍ଦର୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମଣିଷ ବନ୍ୟ ପ୍ରାଣୀଙ୍କୁ ଅନାବିଳ ଭଲ ପାଇଲେ ସୃଷ୍ଟି ଆଗକୁ ଆଗେଇ ପାରିବ ବୋଲି କହିଥିଲେ। ସେ ତାଙ୍କ ଭାଷଣରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ଯିବେ ଦାୟର ଉଚ୍ଚ ପ୍ରଶଂସା କରିଥଲେ । ସମ୍ମାନିତ ଅତିଥି ଆଞ୍ଚଳିକ ବନ ସଂରକ୍ଷକ ଟି.ଅଶୋକ କୁମାର ବନ ଓ ବନ୍ୟପ୍ରାଣୀ ଙ୍କ ସୁରକ୍ଷାର ବାର୍ତ୍ତାକୁ ଗାଁ କୁ ପହଞ୍ଚାଇବା ପାଇଁ ଆହ୍ବାନ ଦେଇଥିଲ ।ଅନ୍ୟତମ ଅତିଥି ସମ୍ବଲପୁର ବନ ନିଗମ ଆୟୁକ୍ତ ବେଦ ଭୂଷଣ ସ୍ୱଚ୍ଚତା ଉପରେ ଓ ସମ୍ବଲପୁର ବନ ଖଣ୍ଡ ଅଧିକାରୀ କାଲୁଙ୍ଗେ ଗୋରଖ ୱାମନ୍ ବୃକ୍ଷ ରୋପଣ ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବନ ଓ ବନ୍ୟ ପ୍ରାଣୀ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଶିଷ୍ଟ ପରିବେଶବିତ୍ତ୍ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ, ଇଞ୍ଜିନିୟର ସୁବ୍ରତ କୁମାର ନାଥ ଓ ଅବସର ପ୍ରାପ୍ତ ଖେଳ ଶିକ୍ଷକ ସୁଧାଂଶୁ କୁମାର ଛନ୍ଦ ଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଥିଲା। ।ଏହି ଉପଲକ୍ଷେ ମାନପତ୍ର ସହ ଅର୍ଥ ରାଶି ଦେଇ ଅତିଥି ଗଣ ଏହି ତିନି ଜଣ ପ୍ରତିଭା ଙ୍କୁ ସମ୍ମାନିତ କରିଥଲେ । ଜିଲ୍ଲା ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର,ଛାତ୍ରୀଙ୍କୁ ମଧ୍ଯ ପୁରସ୍କୃତ କରା ଯାଇଥିଲା।ଶେଷରେ ସହକାରୀ ବନଖଣ୍ଡ ଅଧିକାରୀ ରେବତୀ ରମନ୍ ଯୋଶୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ କୁ ସବିତା ନନ୍ଦ ପରିଚାଳନା କରିଥିବା ବେଳେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସହ ସହ ସଂଖ୍ୟାରେ ପ୍ରକୃତି ପ୍ରେମୀ ଯୋଗ ଦେଇଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!