ଓଡିଶା ଖବର

କୁଚିଣ୍ଡା ରେ ବହୁଜନ ସମାଜ ଚିନ୍ତକ କାନସି କଂ।ଶୀରାମ ଙ୍କ ମହା ପରାୟଣ ଦିବସ ପାଳିତ

କୁଚିଣ୍ଡା:୯/୧୦(AKN NEWS): କୁଚିଣ୍ଡା ଗଣେଶ ପଦ ସ୍ଥିତ ଶ୍ରଦ୍ଧାକର ଭବନରେ ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତିର ଆବାହକ ସୁରୁ ମଣି ସୁନାନୀଙ୍କ ସଭା ପତିତ୍ଵରେ ବହୁଜନ ସମାଜ କ୍ରନ୍ତିର ଜନକ ତଥା ବିଶିଷ୍ଟ ଦଳିତ ନେତା ମାନ୍ୟବର କଂ।ଶୀ ରାମଙ୍କ ୧୮ ତମ ମହା ପରାୟଣ ଦିବସ ପାଳିତ ହୋଇ ଯାଇଛି । ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ବହୁଜନ ସମାଜଚିନ୍ତକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମାନ୍ୟବର କାଂଶି ରାମ ଙ୍କ ସହ ଗୌତମ ବୁଦ୍ଧ ଓ ବାବା ସାହେବ୍ ଙ୍କ ତୈଳ ଚିତ୍ର ସମ୍ମୁଖରେ ପୁଷ୍ପ ଓ ଦିପଜାଳି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ସାମାଜିକ ସମାନତା ପାଇଁ କ୍ରାନ୍ତି ହିଁ କାଂଶୀ ରାମ ଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ । ବାମସେଫ ନେତା ପବନ କୁମାର ଲୁହା ସମ୍ମାନିତ ଅତିଥି ଓ ଯୁବ ନେତା ସୌମ୍ୟ ରଂଜନ ରୋହିଦାସ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କଂ।ଶି ରାମ ଙ୍କ ସଂଘର୍ଷ ପୂର୍ଣ୍ଣ ଜୀବନୀ ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭୋଳନଥ ତାଣ୍ଡିଆ,ସୁଜିତ୍ ବୁଡା,ପ୍ରେମାନନ୍ଦ ଆଦି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥଲେ।ପ୍ରାରମ୍ଭରେ ଉଦ୍ୟୋକ୍ତା ଶ୍ରଦ୍ଧ।କର ଜୟପୁରିଆ ସ୍ଵାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶେଷରେ ସାମାଜିକ କର୍ମୀ ସରୋଜ ମେହେର ଧନ୍ୟବାଦ୍ ଅର୍ପଣ କରିଥଲେ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!