ଓଡିଶା ଖବର

ପୁରୀ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ପୁରୀ ୯/୧୦(AKN NEWS): ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁଅ ଝିଅ ମଧ୍ୟରେ କୌଣସି ଫରକ ନ ଦେଖି ସେମାନ ଙ୍କୁ ଶିକ୍ଷା ସଂସ୍କାର ଓ ଦକ୍ଷତା ପ୍ରଦର୍ଶନରେ ସହଯୋଗ କରିବା ପ୍ରତ୍ୟେକ ପିତା ମାତା ଅଭିଭାବକ ଓ ଶିକ୍ଷକ ମାନଙ୍କ କର୍ତ୍ତବ୍ୟ ହେବା ଉଚିତ।ଝିଅ ମାନ ଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରିବା ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ।ତେବେ ସମାଜର ସମସ୍ତ ବର୍ଗର ବ୍ୟକ୍ତି,ପିତା ମାତା ସଚେତନ ହେଲେ ସମାଜ ରେ ଝିଅ ବା ମହିଳା ମାନ ଙ୍କୁ ଉଚିତ ସମ୍ମାନ ମିଳି ପାରିବ ବୋଲି ସେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ଼ଃ ଅଜିତ କୁମାର ମହାପାତ୍ର, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ବର୍ତ୍ତମାନର ସମାଜରେ ଶିଶୁ କନ୍ୟାଙ୍କ ସ୍ଥିତି, ସୁରକ୍ଷା ନିମନ୍ତେ ବିଭିନ୍ନ କୌଶଳ ଓ ବାଳିକାମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ l ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଏଥିରେ ଅଧ୍ୟକ୍ଷତା କରିଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ l ବିଷୟ ବିଶାରଦ ତଥା ଶିଶୁ ସୁରକ୍ଷା ବିଶେଷଜ୍ଞ ଘାସିରାମ ପଣ୍ଡା ବାଳିକା ମାନଙ୍କ ବିକାଶ ଓ ସୁରକ୍ଷା, ଆଇନରେ ସେମାନଙ୍କ ପାଇଁ ରହିଥିବା ବ୍ୟବସ୍ଥା, ସମାଜ ରେ ସେମାନଙ୍କ ସ୍ଥିତିି ସମ୍ପର୍କରେ ବିଷଦ ବ୍ୟାଖ୍ୟା କରିଥିଲେ l ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ଛାତ୍ରୀ ଅର୍ଚ୍ଚନା ପ୍ରଧାନ, ଶ୍ରୀଦେବୀ ସାହୁ, ମମତା ପୂଜାରୀ, ଯାଜ୍ଞସେନୀ ମହାପାତ୍ର,ଓ ଗତ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପର ସ୍ବେତପଦ୍ମା ତ୍ରିପାଠୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନ୍ୟ ମାନଙ୍କ ମଧ୍ୟରେ ସିଡିପିଓ, ସୁପରଭାଇଜର, ବିଭିନ୍ନ ବିଭାଗର କର୍ମଚାରୀ, ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ର ଅଦ୍ବିକା ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ପ୍ରାରମ୍ଭରେ ସଚେତନତା ସୃଷ୍ଟି ଉପଲକ୍ଷେ ଏକ ଶୋଭାଯାତ୍ରା ସୁଭାଷ ବୋଷ ଛକ ଠାରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ଆସିଥିଲା।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!