ଓଡିଶା ଖବର
ନକଲି ଡ଼ାକ୍ତର ଗିରଫ।ବେଆଇନ ଭାବେ କ୍ଲିନିକ ଖୋଲି ଲୋକଙ୍କୁ କରୁଥିଲେ ଚିକିତ୍ସା

ସଇଁତଳା (AKN NEWS): ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଟିକ୍ରାପଡ଼ା ରେ ୧୫ ବର୍ଷ ହେବ ବେଆଇନ ଭାବେ ଜଣେ ବ୍ୟକ୍ତି କ୍ଲିନିକ ଖୋଲି ରୋଗୀଙ୍କୁ ବେଆଇନ ଭାବେ ଚିକିତ୍ସା କରୁଥିବା ବେଳେ ଆଜି ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ରେ ସଇଁତଳା ପୋଲିସ ସହ ଡ୍ରଗସ୍ ଇନ୍ସପେକ୍ଟର ମିଳିତ ଭାବେ ବେଆଇନ କ୍ଲିନିକ ଉପରେ ଚଢ଼ାଉ କରିଥିଲେ। କୌଣସି ଶିକ୍ଷାଗତ ଯୋଗ୍ୟତା କିମ୍ବା କୌଣସି ପ୍ରକାର ଲାଇସେନ୍ସ ନ ଥାଇ ୧୫ ବର୍ଷ ହେବ ଲୋକଙ୍କୁ ଚିକିତ୍ସା କରୁଥିବା ନେଇ ଅଭିଯୋଗ ହୋଇଥିଲା। ଫଳରେ ଆଜି ସଇଁତଳା ପୋଲିସ ତଦନ୍ତ କରି ନକଲି ଡାକ୍ତର କୁ ଗିରଫ କରି ବିଏନଏସ ୩୧୬/୨,୩୧୮/୪,୩୧୯/୨ ଓ କ୍ଲିନିକ ସ୍ଥାପନ ନିୟମ, ଜାତୀୟ ସ୍ଵାସ୍ଥ୍ୟ ସଂଘ ନିୟମ ଓ ଡ୍ରଗସ ନିୟମ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଗିରଫ ନକଲି ଡକ୍ଟର ଜଣକ ହେଲେ ବିଦ୍ୟୁତ କୁମାର ବିଶ୍ଵାସ।
ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS


