ଓଡିଶା ଖବର

ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମଅନାଥ ପିଲା ଙ୍କୁ ଥଇଥାନ ପାଇଁ ରଣନୀତି ପ୍ରସ୍ତୁତି 

ନବରଙ୍ଗପୁର(AKN NEWS): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଗତକାଲି ତା ୯.୧୦.୨୦୨୪ ରିଖ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ମିଶନ ଶକ୍ତି ସମ୍ମିଳନୀ ଗୃହରେ “ଶିଶୁଙ୍କ ପାଇଁ ଦିନଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁ ଥିବା ଚାରିଟି କମିଟି ଯଥା ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କମିଟି , କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ , ଶିଶୁ ଶ୍ରମିକ ନିରାକରଣ ଏବଂ ଚାଇଲ୍ଡ ଲାଇନ ପରାମର୍ଶଦାତା କମିଟିର ମିଳିତ ବୈଠକ ଆଜି ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଳିତ ବୈଠକ ରେ ଜିଲ୍ଲାପାଳ ଡଃ ମହାପାତ୍ର ଅଧ୍ୟକ୍ଷତା କରି କହିଲେଯେ ଜିଲ୍ଲାରେ ପ୍ରତ୍ଯେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି ।

ବିଭାଗ ଗୁଡିକ ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଜିଲ୍ଲାରେ ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ ନବରଙ୍ଗପୁର ଜିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ଏହି ସମନ୍ଵୟ ବୈଠକ ସହାୟକ କରି ପାରିବ ବୋଲି ମତବ୍ୟକ୍ତ କରିବା ସହିତ ଜିଲ୍ଲାରେ ଥିବା ସମସ୍ତ ଅନାଥ ଶିଶୁ ଓ ଏକକ ମାତା ପିତା ଥିବା ଶିଶୁ ମାନଙ୍କର ଥଇଥାନ ପାଇଁ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଆସନ୍ତା ତିନି ମାସ ମଧ୍ୟରେ ଜିଲ୍ଲାର ଦଶଗୋଟି ବ୍ଲକ ରେ ଶିଶୁ ମଙ୍ଗଳ କମିଟି ର କ୍ୟାମ୍ପ କୋର୍ଟ କରାଯାଇ ସମସ୍ତ ଅନାଥ ଶିଶୁ ଓ ଏକକ ମାତା ପିତା ଥିବା ଶିଶୁ ମାନଙ୍କୁ ବିଧିବଦ୍ଧ ଭାବରେ ଉପସ୍ଥିତ କରାଇବା ପାଇଁ ଏହି ବୈଠକ ରେ ନିଷ୍ପତି ନିଆଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ବୈଠକ ପ୍ରାରମ୍ଭରେ ଜିଲ୍ଲା ର ସମସ୍ତ ବ୍ଲକ ଓ ୧୯୮ ଟି ଗ୍ରାମ ପଞ୍ଚାୟତ ଗୁଡିକରେ ଶିଶୁ ସୁରକ୍ଷା କମିଟି ଓ ବାଲ୍ୟ ବିବାହ ଟାସ୍କ ଫୋର୍ସ ଗଠନ ହୋଇଥିବାର ସୂଚନା ଦେଇ ଥିଲେ । ପରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଦ୍ରୌପଦୀ କହଁର ନିଜର ବକ୍ତବ୍ୟ ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି , ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ୟୁନିସେଫ ଓ ଆକ୍ସନଏଡ ସଂସ୍ଥା ର ମିଳିତ ପ୍ରୟାସ ରେ ଏକ ଯୋଜନା ବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବାର ସୂଚନା ଦେଇଥିଲେ । ପରେ ପରେ ଆକ୍ସନଏଡ ସଂସ୍ଥା ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷପ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା ମଳୟ ତ୍ରିପାଠୀ , ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂସୁ ପାତ୍ର , ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷା ଅଜନ୍ତା ଶୁଭଦର୍ଶନି,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ , ଜିଲ୍ଲା ଶ୍ରମ ଅଧିକାରୀ ଛୋଟ ରାୟ ଟୁଡୁ,ଜିଲ୍ଲା ଶାରୀରିକ ଶିକ୍ଷକ ପ୍ରଭାତ ପଟ୍ଟନାୟକ ଓ ଜିଲ୍ଲା ର ସମସ୍ତ ସିଡିପିଓ ତଥା ବାଲ୍ୟ ବିବାହ ଅଧିକାରୀ , ଚାଇଲ୍ଡ ଲାଇନ ଜିଲ୍ଲା କର୍ମକର୍ତ୍ତା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଅନାଥ ଶିଶୁ ଓ ଏକକ ମାତା ପିତା ଥିବା ଶିଶୁ ମାନଙ୍କୁ ଥଇଥାନ ଏବଂ ବାଲ୍ୟ ବିବାହ ର ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ନନ୍ଦାହାଣ୍ଡି ସିଡିପିଓ ଶସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ ଏ କେ ଏନ୍ ନ୍ୟୁଜ୍

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!