ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ମାନସିକସ୍ୱାସ୍ଥ୍ୟ ଦିବସ ପାଳନ

ନବରଙ୍ଗପୁର(AKN NEWS ): ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନବରଙ୍ଗପୁର ର ମିଳିତ ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନବରଙ୍ଗପୁର ସମ୍ମିଳନୀ କକ୍ଷରେ ବିଶ୍ଵ ମାନସିକସ୍ୱାସ୍ଥ୍ୟ ଦିବସ କୁ ନେଇ ଏକ ଆଇନ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତି ମଞ୍ଚାସିନ ହୋଇଥିଲେ।
ଅନ୍ୟାନ୍ୟ ଅତିଥି ରୂପେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସାଇ ଅଭିସ୍ପା ଗୋଛାୟତ, ରେଜିଷ୍ଟାର ର, ସିଭିଲ କୋର୍ଟ ସୁକାନ୍ତ କିଶୋର ଜେନା, ବରିଷ୍ଟ ଦେବାନୀ ଜର୍ଜ, ନବରଙ୍ଗପୁର (ମହିଳା କୋର୍ଟ) ସୁଦୀପା ପାତ୍ର, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ମଳୟ କୁମାର ତ୍ରିପାଠୀ, ଡକ୍ଟର ନବ କିଶୋର ବେହେରା, ଶ୍ରୀମତୀ ମନୋରମା ମାଝି,ଶୋସିଆଲ ଆକ୍ଟିବିଷ୍ଟ, ନବରଙ୍ଗପୁର ଶ୍ରୀମତୀ କିଶୋରୀ ପଟ୍ଟନାୟକ, ଆଇନ ଜୀବି ନବରଙ୍ଗପୁର ପ୍ରମୁଖ ଭାଗ ନେଇଥିଲେ । ପ୍ରଥମେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ମଳୟ କୁମାର ତ୍ରିପାଠୀ ସଭାର ଆରମ୍ଭ କରି ସମସ୍ତଙ୍କୁ ସ୍ଵାଗତ ଜଣାଇଥିଲେ। ଅତିଥିମାନେ ବିଭିନ୍ନ ଆଈନ ବିଷୟ ନେଇ ଉପସ୍ଥିତ ସମସ୍ତଙ୍କୁ ସଚେତନ କରିଥିଲେ। ପରିଶେଷରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା କାର୍ଯ୍ୟକାରୀ ସଞ୍ଚାଳକ, ସୁଶାନ୍ତ ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ।
ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ ଏ କେ ଏନ୍ ନ୍ୟୁଜ୍


