କେନ୍ଦୁମୁଣ୍ଡି ସାର୍ବଜନୀନ ଦୁର୍ଗାପୂଜାରେ ଭକ୍ତଙ୍କ ପ୍ରବଳ ଭିଡ କେନ୍ଦୁମୁଣ୍ଡି ସାର୍ବଜନୀନ ଦୁର୍ଗାପୂଜାରେ ଭକ୍ତଙ୍କ ପ୍ରବଳ ଭିଡ ସାର୍ବଜନୀନ ଦୁର୍ଗାପୂଜାରେ ଭକ୍ତଙ୍କ ପ୍ରବଳ ଭିଡ

ପାଟଣାଗଡ (AKN NEWS): ବଲାଙ୍ଗୀର ଜିଲା କେନ୍ଦୁମୁଣ୍ଡି ଚାଲିଛି ସାର୍ବଜନୀନ ଦୁର୍ଗାପୂଜା । ଏହି ପରିପ୍ରେକ୍ଷୀରେ ମା’ଙ୍କୁ ଦର୍ଶନ କରିବା ପାଇଁ ଲାଗିଛି ପ୍ରବଳ ଭିଡ । ଭକ୍ତ ମାନେ ନିଜ ନିଜର ମାନସିକ କରି ମାଙ୍କ ଆଗରେ ଲୋଟି ଯାଉଛନ୍ତି ତ କିଏ ଆନନ୍ଦ ଅଶ୍ରୁରେ ଖୁସିରେ ଭିଜାଇ ଦେଉଛି ନିଜ ଶରୀର । ପ୍ରତ୍ୟହ ମା’ ମାନେ ପରାତ ଥାଳିରେ ଲିଆ ଲଡ଼ୁ, ବୁନ୍ଦିଆ, କଦଳୀ, ଚୁଡ଼ି, ସିନ୍ନ୍ଦୁର, ନାରିକେଳ, ଫୁଲ ଫଳ, ଓଢଣୀ ଦୁର୍ଗା ମାତାଙ୍କୁ ଅର୍ପଣ ପରେ ଦୀପ ଓ ଧୂପକାଠି ଜାଳି ପୂଜା କରୁଛନ୍ତି । ଏହା ପରେ ପୁରୋହିତ, ମା’ ମାନଙ୍କ ହାତରେ ବାନ୍ଧୁଛନ୍ତି ପବିତ୍ର ନାଲି ସୂତା ଓ ମା’ ମାନଙ୍କୁ ଦେଉଛନ୍ତି ଅହୀଶୂଳ କ୍ଷଣି ଆଶୀର୍ବାଦ । ଅନ୍ୟପଟେ ମା’ଙ୍କ ପୀଠରେ ଚାଲିଛି ନିୟମ ଅନୁସାରେ ପୁଜା ପାଠ, ବାଜୁଛି ଶଙ୍ଖ ଘଣ୍ଟା, ମହୁରୀ, ନିଶାଣ, କମ୍ପି ଉଠୁଛି ପୁଜା ସ୍ଥଳୀ, ପ୍ରସାଦ ବାଲା ବାଂଟୁଛି ପ୍ରସାଦ, ବାଜାବାଲା ବଜାଉଛି ବାଜା, ପାଣିବାବଲା ବାଂଟୁଛି ପାଣି, ଭକ୍ତ ମାନେ ଯାଉଛନ୍ତି, ଆସୁଛନ୍ତି । ଚାରିପଟେ ଗେଟ ଗୁଡିକ ସଜାଇ ହୋଇଛି ଭେଳିକି ଭେଳି ରଙ୍ଗୀନ ଲାଇଟରେ । ଏଥର ଏକ ଦକ୍ଷତା ସମ୍ପର୍ଣ୍ଣ ପୁଜା କମିଟି ଦାୟିତ୍ୱ ନେଇଛନ୍ତି, ପୁଜା ପାଠର ଦାୟିତ୍ୱରେ ଅଛନ୍ତି ଡିଗ୍ରୀ ଧର ଦେବତା, ଅହରହ ସେବା ଦାୟିତ୍ୱରେ ଅଛନ୍ତିପୂଜକ ରେ ବିଶ୍ୱାମିର ମିଶ୍ର ଜିତେନ୍ଦ୍ର ମିଶ୍ର ସଭାପତି ନର ସାହୁ ଓ ଅଜିତ ସାହୁ ସୁରୁଜିତ ଭୋଇ ସୁବରତ ସନ୍ତୋଷ ଭୋଇ ସୁରୁ ବିଶି ଅକ୍ଷୟ ମାଝୀ ବଶିଷ୍ଠ ପଧାନ ବର୍ଜ ବେହେରାସନ୍ତୋଷ ଭୋଇ ସୁଶୀଲ ଭୋଇ ପ୍ରଦୀପ ଥବିର ଶଙ୍କର ପଧାନ ଉଦ୍ଧବ ମିର୍ଧା ଟେକ ମଣି ଭୋଇ ରତନ କର ପଧାନ ପ୍ରେମା ପଧାନ ଶଙ୍କର ପଧାନ ଶୁକଦେବ ଭୋଇ ଅଣାକାର ସାହୁ । ପୂଜାରେ କର୍ତ୍ତା ଭାବେ ମତି ରାମ ସାହୁ ଓ ତାଙ୍କ ସହଧର୍ମିଣୀ ଶ୍ରୀୟା ନୀଳ ବତୀ ସାହୁ ଦାୟିତ୍ୱ ନେଇଛନ୍ତି । ଗତ ନ ତାରିଖରେ କଳଶ ଯାତ୍ରା ପରେ କ୍ରମ ଅନୁସାରେ ଶୈଳପୁତ୍ରୀ, ବ୍ରହ୍ମହଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟିନୀ ବେଶରେ ମା’ ଦୁର୍ଗା ପୁଜା ପାଉଛନ୍ତି ଏବଂ ରାତ୍ରରେ ସବୁଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିଛି ବୋଲି ଗାଁ କମିଟି ଙ୍କ କ୍ରମେ ମତ ପ୍ରକାଶ କରିଛନ୍ତି
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


