ଓଡିଶା ଖବର

ଥୁଆମୂଳ ରାମପୁର ପୋଲିସ ଜବତ କରିଛି ଚୋରା ବିଦେଶୀ ମଦ

(AKN NEWS): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଚିରକୁଲଗୁଡା ଠାରେ ଜବତ ହେଇଚି ଚୋରା ବିଦେଶୀ ମଦ | ସୂଚନା ମୁତାବକ ଭବାନୀପାଟଣା ସହରର ପ୍ରଭାତ ରଞ୍ଜନ ନାମକ ଜଣେ ବ୍ୟକ୍ତି ଗୋଟିଏ bike ( OD 08 W 0575 ) ରେ ଭବାନୀପାଟଣା ରୁ ଥୁଆମୂଳ ରାମପୁର କୁ ଚରା ଚାଲାଣ କରୁଥିଲେ | ଏହାର ପରିମାଣ ୮୭ ଲିଟର ବୋଲି ପୋଲିସ ସୂତ୍ରରୁ ପ୍ରକାଶ।ଜବତ ମଦ ମଧ୍ୟରେ ୪କାର୍ଟୁନ୍ ବିୟର ଯାହାର ସମୁଦାୟ ପରିମାଣ ୩୧ ଲି ୨୦୦ ମିଲି,୯୬ ପ୍ୟାକେଟ୍ କେନ୍ ୪୮ଲିଟର,ବ୍ଳାକ ଵକାଡି ୩୭୫ ମିଲି ର ୧.୮୭୫ ମିଲି,୧୮୦ ବ୍ଳାକ ବକାଡି ର ୨ଲି୫୨୦ମିଲି,ରୋୟାଲ ଷ୍ଟେକ ୧୮୦ମିଲି ର ୧୮୦ମିଲି ର ୧ ଲିଟର ୮00ମିଳି.ସେହିପରି ୧୮୦ ମେକ୍ ଡ୍ଵେଲ୍ ର ୨.୧୬୦ମିଲି, ବୋଲି ଜଣାପଡିଛି।ଥୁଆମୂଳ ରାମପୁର ଆଇଆଇସି କୈବଲ୍ୟ ସେଠ୍ ତାଙ୍କ ସହଯୋଗୀଙ୍କ ସହ ଭବାନୀପାଟଣା ରୁ ଥୁଆମୂଳ ରାମପୁର ଅଭିମୂଖେ ଆସୁଥିବାର କୌଣସି ସୂତ୍ରରୁ ଜାଣିପାରି ଚିରକୂଳ ଗୁଡା ମୂଖ୍ୟ ରାସ୍ତା କଡ଼ରେ ଜବତ୍ କରି ନିଜ ହେପାଜତକୁ ନେଇଥିଲେ।

ପୋଲିସ ବର୍ତ୍ତମାନ ସକ୍ରୀୟ ନ ହେଲେ ପାର୍ବଣ ଋତୁରେ ବ୍ୟାପକ ମଦ ଚୋରା ଚାଲାଣକାରୀ ମାନେ ବେଧଡକ ଲୋକଙ୍କୁ ନିଶାଗ୍ରସ୍ତ କରି ଅଞ୍ଚଳର ଆଇନ୍ ଶୃଙ୍ଖଳାକୁ ବ୍ୟାଘାତ ସୃଷ୍ଟି କରିବାର ଆଶଙ୍କାକୁ ଏଡାଇ ଦିଆ ଯାଇ ନ ପାରେ।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ରୁ ରମାକାନ୍ତ ନାଏକ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!