ଓଡିଶା ଖବର

ଭାରତରତ୍ନ ଡଃ ଅବଦୁଲ କାଲାମ ଙ୍କ ଜୟନ୍ତୀରେ ସ୍ମୃତି ଚାରଣ ଓ ଶ୍ରଦ୍ଧାଞ୍ଜଳି।

ପୁରୀ ୧୫/୧୦ (AKN NEWS): ହାପି ମୋମେଣ୍ଟ ଇଣ୍ଡିଆ ଅନୁଷ୍ଠାନ ପକ୍ଷରୁ ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ଠାରେ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ଏ ପି ଜେ ଅବଦୁଲ କାଲାମ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ କରାଯାଇଥିଲା।ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,ପୂର୍ବତନ ଅଧ୍ୟକ୍ଷା ରାଜ୍ୟ ଶିଶୁ ସୁରକ୍ଷା ସନ୍ଧ୍ୟାବତୀ ପ୍ରଧାନ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର ପରିଡା, ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଶିକ୍ଷାବିତ ଓ ସମାଜସେବୀ ଶଶଧର ପଣ୍ଡା, ବିଧୁଭୂଷଣ ପଟ୍ଟନାୟକ, ପଦ୍ମଜା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଡଃ କାଲାମ ଜଣେ ଅନନ୍ୟ ପ୍ରତିଭାର ଅଧିକାରୀ ଥିଲେ ବୋଲି କହିଥିଲେ।ଦେଶ ପାଇଁ ରାଷ୍ଟ୍ରପତି ଭାବେ,ଜଣେ ବୈଜ୍ଞାନିକ ଭାବେ,ଜଣେ ଶିକ୍ଷାବିତ ଭାବେ ଓ ଜଣେ ଆଦର୍ଶ ବ୍ୟକ୍ତିତ୍ବ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି।ତାଙ୍କର ପ୍ରେରଣା ଦାୟକ ବାର୍ତ୍ତା ବର୍ଷ ପରେ ବର୍ଷ ଛାତ୍ର ଛାତ୍ରୀ ଓ ଯୁବ ସମାଜକୁ ଅନୁପ୍ରାଣିତ କରିବା ସହ ମାର୍ଗଦର୍ଶକ ସାଜିଥିବ ବୋଲି ସେମାନେ କହିଥିଲେ।ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଏଥିରେ ଅଧ୍ୟକ୍ଷତା କରିବା ସହ ଡଃ କାଲାମ ଙ୍କ କାର୍ଯ୍ୟ ଓ ପ୍ରେରଣା ଚିର ଅମର ବୋଲି କହିବା ସହ ଅନୁଷ୍ଠାନ ପକ୍ଷରୁ ଏହା ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇ ସାଧାରଣ ରେ ଜାଗରଣ ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି ବୋଲି ସୂଚନା ଦେଇଥିଲେ।ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଗୁରୁ ବବିତା ଦାସ ଙ୍କ ପ୍ରଶିକ୍ଷଣ ରେ କଳାକାର ମାନଙ୍କ ଦ୍ୱାରା ମାହାରୀ ନୃତ୍ୟ ପରିବେଷଣ କରାଯାଇଥିଲା।ଉଦଘୋଷକ ଶ୍ୟାମ ପ୍ରକାଶ ସେନାପତି ଓ ଶର୍ବାଣୀ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଟ୍ରଷ୍ଟି ଦିବାକର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ସଂଗଠକ ଦୁଶାସନ ନାୟକ, ସାଗର ମହାନ୍ତି, ରଶ୍ମିତା ଜେନା, ଫିରୋଜ ସାହୁ, ମାନସୀ ଘୋଷ,ଡଃ ସୀତୁ ପ୍ରକାଶ ରଥ,ବିମଳ ଗହନ,ବାସନ୍ତୀ ହନୁମାନ, ଗୀତାଞ୍ଜଳି ମହାପାତ୍ର, ସସ୍ମିତା ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!