ଓଡିଶା ଖବର
ବେଲପଡା ରାସ୍ତା ର ପୋଡ଼ଛାପର ଛକ ପାଖରେ ଏକ ଘରୋଇ ବସ ଧକ୍କା ରେ ଜଣେ ବାଇକ ଆରୋହୀ ଙ୍କ ମୃତ୍ୟୁ ଘଟିଛି

ପାଟଣାଗଡ଼ (AKN NEWS): ବେଲପଡା ରାସ୍ତା ର ପୋଡ଼ଛାପର ଛକ ପାଖରେ ଏକ ଘରୋଇ ବସ ଧକ୍କା ରେ ଜଣେ ବାଇକ ଆରୋହୀ ଙ୍କ ମୃତ୍ୟୁ ଘଟିଛି |ମୃତକ ହେଉଛନ୍ତି ପୋଡ଼ଛାପର ଗାଁର ନିବାଶ ଧରୁଆ |ବେଲପଡା ପଟରୁ ଯାଇଥିବା ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା | ଘଟଣା ସ୍ଥଳ ରୁ ବସ ଡ୍ରାଇଭର ଫେରାର ମାରିଥିବା ସୂଚନା ମିଳିଛି |ଯାତ୍ରୀ ମାନେ ଗାଡି ନିକଟରେ ଅପେକ୍ଷା କରି ରହିଥିବା ବେଳେ ଘଟଣା ସ୍ଥଳ ରେ ବେଲପଡା, ପାଟଣାଗଡ଼ ପୁଲିସ ପହଁଚି ମୃତ ଦେହ କୁ ପାଟଣାଗଡ଼ ଡାକ୍ତରଖାନା ଆଣିଛନ୍ତି |ମା ମଙ୍ଗଳା ନାମକ ବସ ଟି ବେଲପଡା ପଟୁ ପାଟଣାଗଡ଼ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ବାଇକ ଆରୋହୀ ଙ୍କୁ ଧକ୍କା ଦେଇ ଦଳି ଦେଇଥିଲା |ଫଳରେ ଘଟଣା ସ୍ଥଳ ରେ ହିଁ ବାଇକ ଆରୋହୀ ଙ୍କ ମୃତ୍ୟୁ ଘଟିଛି |
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


