ଓଡିଶା ଖବର

ସାମ୍ବାଦିକ ବନ୍ଧୁ ମାନଙ୍କ ଦଶହରା ଭେଟଘାଟ ଓ ବନ୍ଧୁ ମିଳନ 

ତେନ୍ତୁଳିଖୁଣ୍ଟି-25/10-24 (AKN NEWS):ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ର ଦିଗି ପଂଚାୟତରେ ଆଜି ସମସ୍ତ ସାମ୍ୱାଦିକ ଏବଂ ଅଞ୍ଚଳ ର ବୁଦ୍ଧିଜୀବୀ ଙ୍କ ଉପସ୍ଥିତିରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଆୟୋଜକ ସୁରେଶ ବିଶୋୟୀ ଙ୍କ ସହାୟତା କ୍ରମେ ଶ୍ରୀ ଯୁକ୍ତ ଗୋପାଳ କୃଷ୍ଣ ଙ୍କ ଆହ୍ୱାନ ଆଜି ଦିଗୀ ପଞ୍ଚାୟତ ଠାରେ ଦସହରା ର ଭେଟ ଘାଟ ଅନୁଷ୍ଠିତ ହୋଇ ଯାଇଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନେତା ତଥା ବୁଦ୍ଧିଜୀବୀ ନାରାୟଣ ପାତ୍ର ଙ୍କ ସହ ସମ୍ମାନୀୟ ଅତିଥି ଭାବେ ନନ୍ଦା ହାଣ୍ଡି ବ୍ଲକ ର ବରିଷ୍ଠ ସାମ୍ବାଦିକ ବୁଲୁ ପାଢ଼ୀ,।ହରି ହର ତ୍ରିପାଠୀ,କୋବି ରାଜ ବିଷୟୀ,ବାରିଜ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ଶେଖର ଖୁରା ମଞ୍ଚ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ ସାମ୍ବାଦିକ ଙ୍କ ସହ ପଡୋଶୀ ବ୍ଲକ ନନ୍ଦାହାଣ୍ଡି ର ଅନେକ ସାମ୍ବାଦିକ ବନ୍ଧୁ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀନାରାୟଣ ପାତ୍ର ସାମ୍ବାଦିକ ମାନଙ୍କ ଭିତରେ ଥିବା ଅନ୍ତର ଦ୍ଵନ୍ଦ ଦୂର କରି ସମାଜ ର ଉନ୍ନତି ଦିଗରେ କାର୍ଯ୍ୟ କରିବା ସହ ପ୍ରଶାସନ ର ଅପରାଗତା କୁ ଉନ୍ନମୋଚନ କରିବାକୁ ପ୍ରକାଶ କରିଥିଲେ।ଅଞ୍ଚଳ ର ଦାଦନ ଶ୍ରମିକଙ୍କ ସଂଖ୍ୟା ହ୍ରାସ ସହ ମନେରେଗା କୁ ଠିକ ପରିଚାଳନା କରିବା ଦିଗରେ ସମ୍ବାଦ ପରିବେଷଣ ପାଇଁ ସାମ୍ବାଦିକ ଙ୍କ କଲମ ଚାଳନା ପାଇଁ ଅନୁରୋଧ କରିଥିଲେ।ଦଳଗତ ନିର୍ବିଶେଷରେ ସମସ୍ତେ ନିରପେକ୍ଷ ଭାବରେ ସମ୍ବାଦ ପରିବେଷଣ ପାଇଁ ମତ ପ୍ରକାଶ ପାଇଥିଲା।ଏହାପରେ ଆମ ତେନ୍ତୁଳିଖୁଣ୍ଟି ବ୍ଲକ ର ସାମ୍ବାଦିକ ଙ୍କ ଝିଅ ତେନ୍ତୁଳିଖୁଣ୍ଟି ବାପୁଜି ହାଇସ୍କୁଲ ର ସ୍ୱର୍ଣ୍ଣ ପଦକ ହାସଲ କରିଥିବା ରୁ ତାଙ୍କ ଭବିଷ୍ୟତ ଉଜ୍ଜଳମୟ ର କାମନା କରାଯାଇଥିଲା।ଅନ୍ୟ ମାନଙ୍କ ଭିତରେ ଗୋପାଳ କୃଷ୍ଣ ନାୟକ, ଚନ୍ଦ୍ର ଶେଖର ଜେନା, ଖଗେଶ୍ୱର ମହାଙ୍କୁଡ,ସନ୍ତୋଷ ରାଓ, ଚିଦାନନ୍ଦ ସାହୁ,ଦିଲୀପ ସୁନା, ସଂଜୀବ ଖୁରା, ଲାଲୁ କର୍କରା ପ୍ରମୁଖ ସାମ୍ବାଦିକ ଙ୍କ ସହ ଯୋଗ ଦେଇଥିବା ବେଳେ ଅଞ୍ଚଳ ର ଅନେକ ଲୋକ ଯୋଗ ଦେଇଥିଲେ।

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!