ଓଡିଶା ଖବର

ବାଲୁକା କଳାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ର ଶୁଭାରମ୍ଭ 

ପୁରୀ ୨୮/୧୦ (AKN NEWS): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଳନ ପୁରୀ ନୀଳାଦ୍ରୀ ବିଚ୍ ଠାରେ ୨୦୨୫ ର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SSR) ର ଥିମ୍ ଉପରେ ବାଲୁକା କଳା ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି।

ଭୋଟର ତାଲିକା ର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅକ୍ଟୋବର ୨୯ ରୁ ଆରମ୍ଭ ହୋଇ ୨୮ ନଭେମ୍ବର ୨୦୨୪ ରେ ଶେଷ ହେବ | ଏହି ଅବସରରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ସିଇଓ ଶତ୍ରୁଘ୍ନ କର, ଅତିରିକ୍ତ ସିଇଓ ମିହିର ପ୍ରସାଦ ମହାନ୍ତି,ଅତିରିକ୍ତ ସିଇଓ ପଦ୍ମଜା ଦାଶ,ଅତିରିକ୍ତ ସିଇଓ ଅନାମିକା ସିଂ,ଅତିରିକ୍ତ ସିଇଓ ଲକ୍ଷ୍ମୀ ପ୍ରସାଦ ସାହୁ,ଏଫଏ ତଥା ଯୁଗ୍ମ ସଚିବ ସଞ୍ଜୟ ଲୁଗୁନ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଉପଜିଲ୍ଲାପାଳ ଗୋପୀନାଥ କୁଅଁର,ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସିଇଓ ଶ୍ରୀ ଗୋପାଳନ ଗଣମାଧ୍ୟମ କୁ ସୂଚନା ଦେଇ ପ୍ରତ୍ୟେକ ଭୋଟର ସେମାନଙ୍କ ମୂଲ୍ୟବାନ ମତାଧିକାରକୁ ସାବ୍ୟସ୍ତ କରିବାକୁ ନିଜ ନାମ ଭୋଟର ତାଲିକାରେ ସାମିଲ କରିବା ଜରୁରୀ, ନିର୍ଭୁଲ ଭୋଟର ତାଲିକା ନିର୍ବାଚନ କମିଶନଙ୍କ ଉଦ୍ଦେଶ୍ୟ ବୋଲି କହିଥିଲେ। ଯଦି ଜଣେ ୧୮ ବର୍ଷ ବୟସ ପୂରଣ କରିଛନ୍ତି ତେବେ ସେମାନେ ଭୋଟର ଭାବେ ନାମ ପଞ୍ଜିକରଣ କରିପାରିବେ।ଭୋଟର ହେଲ୍ପ ଲାଇନ ଆପ ମାଧ୍ୟମରେ ମଧ୍ୟ ସେମାନେ ପଞ୍ଜିକରଣ କରି ପାରିବେ ବୋଲି ସେ ସୂଚନା ଦେଇଥିଲେ।ଏହି ବାଲୁକା କଳା ମାଧ୍ୟମରେ ଭୋଟର ସଚେତନତା ର ବାର୍ତ୍ତା ସମସ୍ତଙ୍କ ପହଞ୍ଚିବା ସହ ଭାରତର ନିର୍ବାଚନ କମିଶନର ଙ୍କ ସୁସ୍ଥ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ରେ ସହାୟକ ହେବ ବୋଲି ସେ କହିଥିଲେ

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!