କଳାହାଣ୍ଡି ଜିଲ୍ଲା ଉଷୁ ପ୍ରତିଯଗିତା ଓ ଜିଲ୍ଲା ସ୍ତରୀୟ ସ୍କୁଲ ଗେମ ଉଷୁ ଖେଳାଳି ଚୟନ

ଭବାନୀପାଟଣା (AKN NEWS): କଳାହାଣ୍ଡି ଜିଲ୍ଲା ଉଷୁ ପ୍ରତିଯୋଗିତା ଏବଂ ଜିଲ୍ଲା ସ୍ତରୀୟ ସ୍କୁଲ ଗେମ ଉଷୁ ଖେଳାଳି ଚୟନ ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ, କୂଟ୍ରୁଖମାର ଠାରେ ଅନୁଷ୍ଠିତ ହୋଇଯାଇଛି ଏହି ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତଥ୍ୟାବଧନରେ ଓ କଳାହାଣ୍ଡି ଜିଲ୍ଲା ଉଷୁ ସଙ୍ଘ ସହଜଗ ରେ ଜିଲ୍ଲା ର ବିଭିନ୍ନ ବ୍ଲକ ଏବଂ ସ୍କୁଲ ରୁ ବାଳକ ଓ ବାଳିକା ବିଭାଗ ରୁ 100 ରୁ ଉର୍ଦ୍ଧ ଖେଳାଳୀ ଭାଗନେଇ ଥିଲେ

ପ୍ରତିଯୋଗିତା ଶୁଭାରମ୍ଭ କରିଥିଲେ ମୁଖ୍ୟ ଅତିଥି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୁପସିଂ ରାଉତ, ଜିଲ୍ଲା ଉଷୁ ସଙ୍ଘ ର ସଭାପତି ଯତୀନ୍ଦ୍ର ସାହୁ , ସ୍କୁଲ ର କ୍ରୀଡ଼ା ଶିକ୍ଷକ ସୁବାସ ଚନ୍ଦ୍ର ନାଗ, ସଭାପତି ରୁକଧର ମାଝୀ, ସମ୍ପାଦକ ଦୁର୍ୟୋଧନ ମାଝୀ,
ପ୍ରତିଯୋଗିତାକୁ ଶୁଭାରମ୍ଭ କରିଥିଲେ ଅର୍ଗାନାଇଁଜିଙ୍ଗ ସେକ୍ରେଟାରୀ କୃଷ୍ଣ ଚନ୍ଦ୍ର ସାହୁଙ୍କ ତତ୍ଵାବଧାନରେ ଏହି ପ୍ରତିଯୋଗିତା ହୋଇଥିଲା ମୁଖ୍ୟ ବିଚାରକ ଭାବେ ସୁଜନ ରଥ, ବିଚାରକ ତାନୀୟା ଶ୍ରୀବାସ୍ତବ, କିଷାନ ମାଝୀ, ଚୂଡ଼ାମଣି ତାଣ୍ଡି, ବିକାଶ ବାଗ,
ସୁରଜ ଗୌଡ଼ ଖେଳକୁ ପରିଚାଳନା କରିଥିଲେ ପ୍ରତିଯୋଗିତାର ବିଜେତା ମାନଙ୍କୁ ପଦକ ଓ ପ୍ରଣାମପତ୍ର ପ୍ରଦାନ କରାଯାଇଥିଲା ସୁବାସ ଚନ୍ଦ୍ର ନାଗ ଧନ୍ୟବାଦ ଜ୍ଞାପନ କରିଥିଲେ l
ବ୍ୟୁରୋ ରିପୋର୍ଟ AKN NEWS


