ଓଡିଶା ଖବର

ବୁଧବାର ଭାରତ ବନ୍ଦକୁ କଳାହାଣ୍ଡି ଜିଲ୍ଲାର ପାଷ୍ଟିକୁଡି ଚାରିଛକ,କୁଟୃଖମାର ଛକ ଓ ମୋଟେର ଛକରେ ହେବାକୁଥିବା ବନ୍ଦ ପାଳନକୁ ସଫଳ କରିବା

(AKN NEWS): ଆସନ୍ତା ୩୦/୧୦/୨୦୨୪ ବୁଧବାର ଭାରତ ବନ୍ଦକୁ କଳାହାଣ୍ଡି ଜିଲ୍ଲାର ପାଷ୍ଟିକୁଡି ଚାରିଛକ,କୁଟୃଖମାର ଛକ ଓ ମୋଟେର ଛକରେ ହେବାକୁଥିବା ବନ୍ଦ ପାଳନକୁ ସଫଳ କରିବା ପାଇଁ କଳାହାଣ୍ଡି ଜିଲ୍ଲାର ସମସ୍ତ ଜନସାଧାରଣ, ସମାଜସେବୀ, ବୁଦ୍ଧିଜୀବୀ, ବିଭିନ୍ନ ସାମାଜିକ ସଂଗଠନ, ବ୍ୟବସାୟୀ ସଂଗଠନ, ମଟର ଯାନ ଚାଳକ ସଂଗଠନକୁ ଅନୁରୋଧ କରାଯାଉଛି।

ବନ୍ଦ ପାଳନ ନିମ୍ନଲିଖିତ ଦାବିଗୁଡିକ ଦାବିକରି, ୧୩ ଅଗଷ୍ଟ ୨୦୨୪ରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର, ୩୦ ଅଗଷ୍ଟରେ ଦେଶବ୍ୟାପୀ ଧାରଣା ପ୍ରଦର୍ଶନ, ଏବଂ ୮ ଅକ୍ଟୋବରରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ପ୍ରତିବାଦ କଲାପରେ ମଧ୍ୟ ଶାସକ ଗୋଷ୍ଠୀ ଦାବିଗୁଡିକୁ ଗ୍ରହଣ କରିନଥିବାରୁ ଏହି ଭାରତ ବନ୍ଦ ଡାକରା ଦିଆଯାଇଛି।

*ଦାବିଗୁଡିକ ହେଉଛି*

ଜାତି ଭିତ୍ତିକ ଜନଗଣନା ଏବଂ ସଖ୍ୟାନୁପାତରେ ସମସ୍ତ କ୍ଷେତ୍ରରେ ଅଂଶିଦାର ସହିତ ଅନ୍ୟାନ୍ୟ ୯ ଗୋଟି ଦାବି ରହିଛି

୧- କେନ୍ଦ୍ର ସରକାରଙ୍କ ଦ୍ବାରା OBC ମାନଙ୍କ ଜାତିଗତ ଜନଗଣନା କରାଯାଉ ଏବଂ ସଖ୍ୟାନୁପାତରେ ସମସ୍ତ କ୍ଷେତ୍ରରେ ଭାଗିଦାରୀ ଦିଆଯାଉ ତଥା SC ST ମାନଙ୍କୁ ମଧ୍ୟ ବର୍ଦ୍ଧିତ ସଖ୍ୟାନୁପାତରେ ପ୍ରତିନିଧିତ୍ୱ ଦିଆଯାଉ।

୨- ଯେହେତୁ EWS ଲାଗୁ ହେଲାପରେ,ଆରକ୍ଷଣ ୫୦%ରୁ ଅଧିକ ହୋଇସାରିଛି ତେଣୁ ଯେତେଦିନ ପର୍ଯ୍ୟନ୍ତ ଜାତିଗତ ଜନଗଣନା ନ ହୋଇଛି, ସେପର୍ଯ୍ୟନ୍ତ ମଣ୍ଡଳ କମିଶନ ସୁପାରିଶ ଆଧାରରେ OBC ମାନଙ୍କୁ ୫୨% ଆରକ୍ଷଣ ପ୍ରଦାନ କରାଯାଉ।

୩- ନିର୍ବାଚନ evm ମାଧ୍ୟମରେ ନକରି ballot paper ଦ୍ବାରା କରାଯାଉ।

୪- OBC ଉପରେ ଲାଗୁ ହୋଇଥିବା ଅସାମ୍ବିଧାନିକ କ୍ରିମିଲିଆର ହଟାଯାଉ ଏବଂ SC ST ଉପରେ କ୍ରିମିଲିଆର ଲଗାଇବାକୁ ସୁପ୍ରିମକୋର୍ଟ ଦେଇଥିବା ଆଦେଶ ପ୍ରତ୍ୟାହାର କରାଯାଉ।

୫- OBC ମାନଙ୍କ ବିକାଶ ପାଇଁ ସ୍ବତନ୍ତ୍ର ବଜେଟ ପ୍ରଦାନ ଏବଂ SC ST ମାନଙ୍କ ପାଇଁ ଦିଆଯାଉଥିବା ବଜେଟରେ ବର୍ଦ୍ଧିତ ବଜେଟ୍ ଦିଆଯାଉ।

୬- ବିହାରରେ ସଖ୍ୟାନୁପାତିକ ପ୍ରତିନିଧିତ୍ଵ ଦିଆଯାଇଥିବା ବେଲେ ହାଇକୋର୍ଟ ଦ୍ବାରା ଏହାକୁ ସ୍ଥଗିତ କରାଯାଇଛି ଓ ସୁପ୍ରିମକୋର୍ଟ ମଧ୍ୟ ଏହାକୁ ବଳବତ୍ତର ରଖିଛନ୍ତି। ଏହି ସ୍ଥଗିତାଦେଶ କୁ ପ୍ରତ୍ୟାହାର କରାଯାଉ। ବିହାର ରାଜ୍ୟର ସଂରକ୍ଷଣ କୁ ସମ୍ବିଧାନର ୯ମ ସୂଚୀରେ ଅନ୍ତର୍ଭୁକ୍ତ କରାଯାଉ।

୭- ଯେଉଁସବୁ ଅଞ୍ଚଳରେ OBC ମାନଙ୍କୁ ୨୭% ମଧ୍ୟ ଆରକ୍ଷଣ ଦିଆଯାଉନାହିଁ, ସେହି ସବୁ ଅଞ୍ଚଳରେ ତୁରନ୍ତ ମଣ୍ଡଳ କମିଶନ ସୁପାରିଶ ଆଧାରରେ ଆରକ୍ଷଣ ପ୍ରଦାନ କରାଯାଉ।

୮- ସଂରକ୍ଷଣ କାଯ୍ୟାନ୍ବୟନ ଆଇନ୍ ପ୍ରଣୟନ କରି SC ST OBC ମାନଙ୍କ ଆରକ୍ଷଣ ସହିତ ହେଉଥିବା ଜାଳିଆତିକୁ ବନ୍ଦ କରାଯାଉ।

୯- ଘରୋଇ କ୍ଷେତ୍ରରେ ମଧ୍ୟ ଆରକ୍ଷଣକୁ ଲାଗୁ କରାଯାଉ।

ଏହି ସମସ୍ତ ଦାବି ପୂରଣ ଦାବିରେ ହେଉଥିବା ଭାରତ ବନ୍ଦକୁ ଆପଣମାନଙ୍କ ସାଥ ସହଯୋଗ କାମନା କରୁଛୁ। *(ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା, କଳାହାଣ୍ଡି* )

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!