ଓଡିଶା ଖବର

ପୂର୍ବ ରାଷ୍ଟ୍ରପତି କେ. ଆର୍. ନାରାୟଣ ଙ୍କ ଜୟନ୍ତୀ ପାଳିତ:ସମ୍ରାଟ ଅଶୋକ ଙ୍କ ଶାସନ ଓ ବର୍ତ୍ତମାନ ର ଶାସନର ତୁଳନାତ୍ମକ ଆଲୋଚନା ଚକ୍ର

ଜମନକିରା:୨୭/୧୦(AKN NEWS): ଆଜି ଜମନକିରା ବ୍ଲକ ରେଙ୍ଗଲବେଡ଼ା ସ୍ଥିତ ସନ୍ଥ ରବିଦାସ ଭବନରେ ଭାରତ ର ପ୍ରଥମ ଦଳିତ ଓ ଉଚ୍ଚ ଶିକ୍ଷିତ ରାଷ୍ଟ୍ରପତି କେ.ଆର୍.ନାରାୟଣ ଙ୍କ ଜୟନ୍ତୀ ଉତ୍ସବ ତଥା ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତିର କୋଡ଼ିଏ ତମ ସାଧାରଣ ବୈଠକ କବି ବିରଞ୍ଚି ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ସାମାଜିକ ନ୍ୟାୟ ର ପ୍ରବକ୍ତା , ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ଦଳିତ ସାମାଜିକ କର୍ମୀ ସୌମ୍ୟ ରଞ୍ଜନ ରୋହିଦାସ ମୁଖ୍ୟବକ୍ତା ଓ ଅବସର ପ୍ରାପ୍ତ ରେଲୱେ ଅଧିକାରୀ ପବନ କୁମାର ଲୁହା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ।ସେମାନେ ପ୍ରଥମେ ଗୋତମ ବୁଦ୍ଧ, ବାବା ସାହେବ୍ ଡ଼ ଆମ୍ବେଦକର ,ସମ୍ରାଟ ଅଶୋକ ଓ କେ ଆର୍ ନାରାୟଣ ଙ୍କ ତୈଳ ଚିତ୍ରରେ ପୁଷ୍ପ ପ୍ରଦାନ ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଅତିଥି ଗଣ ଚକ୍ର ବର୍ତ୍ତି ସମ୍ରାଟ ଅଶୋକ ଙ୍କ ଶାସନ ସହ ବର୍ତ୍ତମାନ ର ଶାସନର ତୁଳନା କରି ସମ୍ବିଧାନ କୁ ଉପଯୁକ୍ତ କାର୍ଯ୍ୟକାରୀ କରିବା ସହ ଏକ ସମାଜବାଦୀ ରାଷ୍ଟ୍ର ଗଠନ ପାଇଁ ଏକ ସାମାଜିକ କ୍ରାନ୍ତି ପାଇଁ ଆହ୍ବାନ ଦେଇଥିଲ । ଏହି ବୈଠକରେ ଆଦିବାସୀ ସଂସ୍କୃତି ଆଳରେ କୁଚିଣ୍ଡା ପଞ୍ଚ ମୁଖି ଛକ ଗୌତମ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କରମ୍ ସାନି ନଜାତ୍ର ନାମରେ କେବିନେଟ ମନ୍ତ୍ରୀ ଙ୍କ ଉପସ୍ଥିତିରେ ଆଦିବାସୀ ନାବାଳିକା କୁ ଅପହରଣ ବେଳେ ପୋଲିସ ର ନିଷ୍କ୍ରିୟତା ଉପରେ ସଭାରେ ପ୍ରଶ୍ନ କରିବା ସହ ବିବାହ ଲୋଭ ଦେଖାଇ କେଶ ନ କରିବାକୁ ଚାପ ପ୍ରୟୋଗ କରିଥିବା ପୋଲିସ କୁ ଦଣ୍ଡ ଦେବାକୁ ଦାବି କରା ଯାଇଛି । ଏହି ନାବାଳିକା ର ନ୍ୟାୟ ଦାବି କରିବାକୁ କରିଥିବା ସାହସ କୁ ଉଚ୍ଚ ପ୍ରଶଂସା କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରଦ୍ଧକର ଜୟପୂରିଆ, ନିରଞ୍ଜନ ଜମଡଳିଆ, ଭାଗିରଥି କୁସୁମ, ଶୁରୁ ସୁନାନୀ, ଦୁଃଖ ବନ୍ଧୁ ବଞ୍ଛୁର, ବିରଂଚି ମେହେର, ତପନ ରୋହିଦାସ,ସୁନନ୍ତ ସୁନା ନି, ଧରଣୀ ଧର ବାଗ,ରତନ ବାଗ, ପ୍ରସାନ୍ତ ମେହେର, ଭାରତ ମେହେର ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ ।ଶେଷରେ ରତନ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!