ଦୀପାବଳି ଉପଲକ୍ଷେ ପ୍ରଥମ ସମ୍ବଲପୁରୀ କବି ସମ୍ମିଳନୀ: ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀକୁ ସରକାରୀ ସ୍ତରରେ ପାଳନ ପାଇଁ ଦାବୀ

କୁଚିଣ୍ଡା:୧/୧୧(AKN NEWS): କୁଚିଣ୍ଡା ବ୍ଲକ ଚନ୍ଦିନୀମାଲ ଠାରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଧନ୍ଵନ୍ତରି ପୂଜା ଓ ଦୀପାବଳୀ ଉତ୍ସବ କୁ ମହା ସମାରୋହରେ ପାଳିତ ହୋଇ ଯାଇଛି ।କଳାକାର ମାନେ ଉଭୟ ଦିନ ନିଜ ନିଜର କଳା ପ୍ରଦର୍ଶନ କରିଥିବା ବେଳେ ଚଳିତ ବର୍ଷ ସ୍ବଭାବ କବି ଗଙ୍ଗାଧର ଙ୍କ ମୃତ୍ୟୁ ର ଏକ ଶହ ବର୍ଷ ପୂର୍ତ୍ତି ଉପଲକ୍ଷେ କୁଚିଣ୍ଡା ଉପଖଣ୍ଡରେ ପ୍ରଥମ କରି ଆନ୍ତଃ ଜିଲ୍ଲା ସମ୍ବଲପୁରୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।ଅଧ୍ୟାପକ ସତ୍ୟ ନାରାୟନ ପଟେଲ ଙ୍କ ଆବାହକତ୍ୱରେ ଓ ଦିଲ୍ଲୀପ କୁମାର ପାଣିଗ୍ରାହୀ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ପଞ୍ଚାୟତରାଜ, ଗ୍ରାମ୍ୟ ଉନ୍ନୟନ ଓ ଜଳଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଗଙ୍ଗାଧର ଙ୍କ ସାହିତ୍ୟରେ ପ୍ରକୃତି ଚେତନା ଓ ସଂସ୍କୃତି ସଚେତନତା ର ଭୂୟିୟସୀ ପ୍ରଶଂସା କରିଥିଲେ । ଅବସର ପ୍ରାପ୍ତ କଲେଜ୍ ଅଧ୍ୟକ୍ଷ ଓ ବିଶିଷ୍ଟ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ମେହେର ସାହିତ୍ୟରେ ସମ୍ବଲପୁରୀ ଶବ୍ଦର ସଂଯୋଜନା ଉଦାହରଣ ସହ ଉପସ୍ଥାପନା କରିଥିଲେ ।ସେ ତାଙ୍କ ଭାଷଣ ରେ ସ୍ବଭାବ କବି ଙ୍କର ଶ୍ରାଦ୍ଧ ଶତବାର୍ଷିକୀ କୁ ସରକାରୀ ସ୍ତରରେ ବର୍ଷ ବ୍ୟାପୀ ପାଳନ ପାଇଁ ମନ୍ତ୍ରୀ ଙ୍କ ଦୃଷ୍ଟ ଆକର୍ଷଣ କରିଥିଲେ । ଶିକ୍ଷାବିତ୍ ଭୁବନେଶ୍ୱର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ମହର୍ଷି ଧନ୍ୱନ୍ତରିଙ୍କ ଆୟୁର୍ବେଦିକ ଚିକିତ୍ସା ର ଉଚ୍ଚ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ଅତିଥି ଗଣ ମହର୍ଷି ଧନ୍ୱନ୍ତରି ଓ ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ତୈଳ ଚିତ୍ର ଓ ପ୍ରତିମୂର୍ତ୍ତି ରେ ପୁଷ୍ପ ପ୍ରଦାନ କରି ପୂଜା କରିବା ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।ପ୍ରାରମ୍ଭରେ ପୂଜା କମିଟି ପକ୍ଷରୁ କୁବେର ନାୟକ ସ୍ଵାଗତ ଭାଷଣ ଓ ସତ୍ୟ ନାରାୟଣ ପଟେଲ ଉଦ୍ଦେଶ୍ୟ ଜ୍ଞାପନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।କୁଚିଣ୍ଡା ଉପଖଣ୍ଡରେ ଆୟୋଜିତ ପ୍ରଥମ ସମ୍ବଲପୁରୀ କବି ସମ୍ମିଳନୀରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ନାୟକ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ର ଷୋହଳ ଜନ କବି ଓ କବିୟତ୍ରି ଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉତ୍ତରି ପ୍ରଦାନ କରି ସମ୍ମାନିତ କରିଥିଲେ ।ମୁଖ୍ୟ ବକ୍ତା ସୁବାସ ନାୟକ, ସମ୍ମାନିତ ଅତିଥି ଭୁବନେଶ୍ୱର ବେହେରା,ଦିଲ୍ଲୀପ ପାଣିଗ୍ରାହୀ ଙ୍କ ସହ ସଞ୍ଜୟ ବେହେରା, ଅଧ୍ୟାପକ ରୁଦ୍ର ନାରାୟଣ ମିଶ୍ର, ସରୋଜ ମେହେର, ପ୍ରମୋଦ ନାୟକ, ପ୍ରଦୀପ୍ତ ପଟେଲ,ରାମ କୁମାର ରାୟ,ମୁରଲୀ ଧର ଶେଠ୍,ସଞ୍ଜୟ କୁମାର ନାଗ, ହୃଷୀକେଶ ପଟେଲ, ସରୋଜ କୁମାର ସେନାପତି, ଅଧ୍ୟାପକ ସୁଧୀର ନାଏକ, ଚିନ୍ତା ମଣି ପ୍ରଧାନ ଓ ଶେସ ଦେବ ପଟେଲ ଅନ୍ତର୍ଭୁକ୍ତ ଅଟନ୍ତି ।ଦିଲ୍ଲୀପ ପାଣିଗ୍ରାହୀ ମାନପତ୍ର ପାଠ କରିଥିଲେ ।ଉତ୍ସବ ପ୍ରରମ୍ଭରେ ସୁବାସ ନାୟକ ଙ୍କ ସଂଯୋଜନାରେ ଅର୍ଦ୍ଧ ଶତାଧିକ କବି ସ୍ବରଚିତ କବିତା ପାଠ କରିଥିଲେ ।ଶେଷରେ ସୁଧୀର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


