ଏକତା ଦିବସ ପାଳିତ

(AKN NEWS): ଭବାନୀପାଟଣା/କଳାହାଣ୍ଡି କୁର୍ମି କ୍ଷତ୍ରିୟ ସଂସ୍ଥା ତରଫରୁ ଲୌହ ମାନବ ସର୍ଦାର ବଲ୍ଳଭ ଭାଇ ପଟେଲ ଙ୍କ ଜନ୍ମ ଦିନ ତଥା ଏକତା ଦିବସ ପାଳିତ ହୋଇଯାଇଛି. ସ୍ଥାନୀୟ ମାଣିକେଶ୍ଵରୀ ହାଇ ସ୍କୁଲ୍ ଛକ ନିକଟ ରେ ଥିବା ସର୍ଦାର ପଟେଲ ଙ୍କ ପ୍ରତିମୂର୍ତ୍ତୀ ଠାରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ. କଳାହାଣ୍ଡି ଅଞ୍ଚଳ ସଭାପତି ଅଶ୍ୱିନୀ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା. ଶାସ୍ତ୍ରୀଜୀ ଶିକ୍ଷା ନିକେତନ ର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଆକର୍ଷଣୀୟ ବ୍ୟାୟମ ପ୍ରଦର୍ଶନ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ତ୍ରିଭୁବନ ପ୍ରଧାନ ,ମହେଶ୍ଵର ପ୍ରଧାନ, ଗଙ୍ଗାଧର ପ୍ରଧାନ, ମଧୁସୂଦନ ପ୍ରଧାନ, କୃଷ୍ନ ଚନ୍ଦ୍ର ପ୍ରଧାନ, ତ୍ରିଲୋଚନ ବେହେରା, ଜନ୍ମଜୟ ପ୍ରଧାନ, ଟିଙ୍କୁ ପ୍ରଧାନ, ମଙ୍ଗଳୁ ପ୍ରଧାନ, ସିଦ୍ଧାର୍ଥ ନାୟକ, ସ୍ଵପ୍ନା ପ୍ରଧାନ ଧରିତ୍ରୀ ପ୍ରଧାନ, ଜୟନ୍ତୀ ନାୟକ, ମିନତୀ କୁମାରୀ ପ୍ରଧାନ, ରାମକୃଷ୍ଣ ପ୍ରଧାନ, ସୀତାକାନ୍ତ ପ୍ରଧାନ, ସନ୍ତୋଷ ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ.
ବ୍ୟୁରୋ ରିପୋର୍ଟ AKN NEWS


