ଓଡିଶା ଖବର

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶପଥ ପାଠ।

ପୁରୀ ୩୧/୧୦ (AKN NEWS): ପୁରୀ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ଶପଥ ପାଠ ଆଜି ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ଶପଥ ପାଠ ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ସମସ୍ତଙ୍କୁ ଦେଶର ସୁରକ୍ଷା, ଅଖଣ୍ଡତା ଓ ଏକତା କୁ ବଜାୟ ରଖିବାର ଶପଥ ପାଠ କରାଇଥିଲେ। ଦେଶ ର ସୁରକ୍ଷା ଓ ଅଖଣ୍ଡତା ପାଇଁ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଦୂରଦୃଷ୍ଟି ଓ କାର୍ଯ୍ୟ ଶୈଳୀ ଏହି ରାଷ୍ଟ୍ରୀୟ ଏକତା କୁ ସମ୍ଭବ ଓ ସମୃଦ୍ଧି କରିପାରିଥିଲା ବୋଲି ସେ କହିଥିଲେ।ସେହିପରି ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ମହାପ୍ରୟାଣ ଦିବସ ହୋଇ ଥିବାରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ମନୀଷା ଷଡ଼ଙ୍ଗୀ, , ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ସହକାରୀ ଜିଲ୍ଲାପାଳ ତନ୍ମୟ କୁମାର ଦାସ,ପଞ୍ଚାନନ ପରିଜା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ମହାରଣା, ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ ମହାନ୍ତି, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ,ବିଭିନ୍ନ ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଯୋଗ ଦେଇ ଶପଥ ପାଠରେ ସାମିଲ ହୋଇଥିଲେ।ବିଭିନ୍ନ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟ, ବ୍ଲକ, ତହସିଲ କାର୍ଯ୍ୟାଳୟ ମାନଙ୍କ ରେ ଶପଥ ପାଠ ଅନୁଷ୍ଠିତ ହୋଇଥିଲା।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!