ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

(AKN NEWS): ଭବାନୀପାଟଣା ତା 31/10/2024 ରିଖ ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି | ଭାରତ ସ୍ୱାଧୀନତାର ଧ୍ଵଜା ଉଡାଇବାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ଭାରତ ର ଉପ – ପ୍ରଧାନମନ୍ତ୍ରୀ ଭାବେ ଗୁରୁ ଦାୟିତ୍ୱ ତୁଲାଇଵା ସହ ସମଗ୍ର ଭାରତ କୁ ଏକ ସୂତ୍ର ରେ ବାନ୍ଧି ରଖିବାରେ ସେ ସିଦ୍ଧହସ୍ତ ଥିଲେ ତାଙ୍କ ର ଏହି ମହାନ ଅବଦାନ ପାଇଁ ଭାରତ ସରକାର 2014 ମସିହା ରେ ତାଙ୍କ ଜନ୍ମତିଥି କୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲେ ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ, ଅବିଭାବକ ମାନଙ୍କୁ ଉଦବୋଧନ ଦେଇଥିଲେ |
ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶିକ୍ଷୟିତ୍ରୀ କଲ୍ୟାଣୀ ବାଗ, ଚଦ୍ରପ୍ରଭା ମିଶ୍ର, ବୃଷଭ ଦାସ, ସାଧନା ପ୍ରଧାନ, ସୁଶ୍ରୀ ସାହୁ, ସରିତା ବାଗେଲେ ସହଯୋଗ କରିଥିଲେ | ରାଷ୍ଟ୍ରୀୟ ଏକତା ଦିବସ ର ଶପଥ ପାଠ ପରେ ସଭା ସାଙ୍ଗ ହୋଇଥିଲା | ଶିକ୍ଷକ ସମ୍ପଦ ମୁଣ୍ଡ ସଭା ପରିଚାଳନା କରିଥିଲେ |
ବ୍ୟୁରୋ ରିପୋର୍ଟ AKN NEWS


