ଓଡିଶା ଖବର

ଦୋକାନ ଉପରେ ଚଡ଼ିଗଲା କାର ଭାଙ୍ଗିଲା ମଟର ସାଇକେଲ, ତିନି ଗୁରୁତର

ବୈପାରିଗୁଡ଼ା(AKN NEWS): ବୈପାରିଗୁଡ଼ା ରାମଗିରି ରାସ୍ତାରେ ଓଡ଼ି ୦୭ ଏ କ୍ୟୁ ୯୧୨୯ ନମ୍ୱର୍ ଏକ ଏକ୍ସ ୟୁ ଭି କାର ଦୃତ ଗତିରେ ଯାଉଥିବା ବେଳେ ଟିପାଗୁଡ଼ା ଗୁଡ଼ା ଗ୍ରାମର ଦୋକାନ ଉପରେ ମାଡ଼ି ଯାଇଛି । ରାସ୍ତା କଡ଼ରେ ଗୋଟିଏ ମଟର ସାଇକେଲ ରଖାଯାଇଥିଲା । ଉକ୍ତ ମଟର ସାଇକେଲକୁ ମାରି ତିନି ଚାରିଟା ଦୋକାନ ଉପରେ ଚଡ଼ି ଯାଇଥିଲା କାର । ଫଳରେ ଦୋକାନରେ ଥିବା ତିନି ଜଣ ଗୁରୁତର ହୋଇ ପଡ଼ିଥିଲେ । ଗୁରୁତର ବ୍ୟକ୍ତି ମାନଙ୍କୁ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନେଇ ଭର୍ତ୍ତି କରାଯାଇଛି । ଅଧିକ ଗୁରୁତ୍ଵ ଥିବା ବ୍ୟକ୍ତିଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି। ସେହିପରି ବୈପାରିଗୁଡ଼ା କୁନ୍ଦୁରା ରାସ୍ତାରେ ଆଉ ଏକ ସଡ଼କ ଦୁର୍ଘଟଣା ଘଟିଛି । ସଡ଼କ ଦୁର୍ଘଟଣାରେ ସ୍ଵାମୀ ସ୍ତ୍ରୀ ଗୁରୁତ୍ଵ ହୋଇଛନ୍ତି । ସୁନାବେଡ଼ା ଅଞ୍ଚଳର କାର୍ତ୍ତିକ ହରିଜନ ଓ ଚୁମୁକି ହରିଜନ ସ୍ଵାମୀ ସ୍ତ୍ରୀ କେନ୍ଦୁଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡିସାରି ଗୁଡ଼ା ଠାରୁ ସୁନାବେଡ଼ା ଯାଉଥିବା ବେଳେ କାନ୍ଦୂଲ୍ ଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଗାଡ଼ିରୁ ପଡ଼ି ଯାଇଥିଲେ । ସେମାନଙ୍କୁ ମଧ୍ୟ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାର ପ୍ରାଥମିକ ଚିକିତ୍ସା ପରେ ସ୍ଵାମୀ ସ୍ତ୍ରୀଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି ।

ବୈପାରିଗୁଡ଼ା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!