ଭବାନୀପାଟଣା ସ୍ଥିତ ପି. ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବାର୍ଷିକ ଉତ୍ସବ 2024-25 ପାଳିତ

(AKN NEWS): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ପି. ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ପରିସରରେ ତା ୨୦/୧୨/୨୪ ଶୁକ୍ରବାର ଦିନ ବାର୍ଷିକଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ଶ୍ରୀ ଦୟାମୟ ପାଢ଼ୀ ଓ ସମ୍ମାନିତ ଅତିଥି ଭାବରେ କୃଷି ମହାବିଦ୍ୟାଳୟର ଡିନ ଡ. ଶାନ୍ତନୁ ତ୍ରିପାଠୀ ଯୋଗଦେଇ ଥିଲେ I ଏହି କାର୍ଯ୍ୟର ଶୁଭାରମ୍ଭ ଦୀପ ପ୍ରଜ୍ବଳନ ଏବଂ ଏକ ସୁନ୍ଦର ସୁମଧୁର ସ୍ୱାଗତ ସଙ୍ଗୀତ ସହିତ ଆରମ୍ଭ ହୋଇଥିଲା, ଏହା ପରେ ପ୍ରିନ୍ସପାଲ୍ ଶ୍ରୀ ଭୀମସେନ୍ ପଣ୍ଡା ସମସ୍ତଙ୍କୁ ଏକ ଚମତ୍କାର ବାକ୍ତବ୍ୟ ଦ୍ବାରା ସ୍ୱାଗତ କରିଥିଲେ ଏବଂ ଚଳିତ ଶିକ୍ଷାବର୍ଷରେ ବିଦ୍ୟାଳୟର ବିକାଶ , ଛାତ୍ରଛାତ୍ରୀ ସଫଳତା ଏବଂ ଲକ୍ଷ୍ୟସାଧନ ବିଷୟରେ ଆଲୋକପାତ କରିଥିଲେ ।
ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥିଙ୍କ ଦ୍ୱାରା କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ ଓ ବିଭିନ୍ନ କ୍ଷେତ୍ରରେ ଛାତ୍ରମାନଙ୍କ ସଫଳତାକୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା | ସାଂସ୍କୃତିକ ପ୍ରଦର୍ଶନରେ ରାଜସ୍ଥାନୀ ନୃତ୍ୟ, ଯୋଗ ପ୍ରଦର୍ଶନ, ଓଡ଼ିଶୀ ନୃତ୍ୟ, ଦକ୍ଷିଣ ଭାରତୀୟ ପାରମ୍ପାରିକ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଏବଂ NEP 2020 ରେ ଏକ ସ୍କିଟ୍ ଅନ୍ତର୍ଭୁକ୍ତ ହୋଇଥିଲା। ଛାତ୍ରମାନେ ଏକ ଗ୍ରୁପ୍ ଗୀତ ଏବଂ ନାଟକୀୟ ନୃତ୍ୟ ଓ ମହାଭାରତର ଏକ ଦୃଶ୍ୟକୁ ପ୍ରଦର୍ଶନ କରି ଏକ ମହତ୍ତ୍ବପୂର୍ଣ୍ଣ ବାର୍ତ୍ତା ଦର୍ଶକ ମାନଙ୍କୁ ଦେଇଥିଲେ । ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ ହେବାପାଇଁ ଉତ୍ସାହିତ କରିଥିଲେ ଓ ଏକ ସୁନ୍ଦର ଉଜ୍ଜ୍ବଳ ଭବିଷ୍ୟତ ଗଢ଼ିବା ପାଇ ପ୍ରେରଣା ଦେଇଥିଲେ | ଶେଷରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଦିନେଶ କୁମାର ପ୍ରଧାନ ଧନ୍ୟବାଦ ଜ୍ଞାପନ ଓ ଜାତୀୟ ସଙ୍ଗୀତ ସହ ଏହି ବାର୍ଷିକ ଉତ୍ସବର ସମାପ୍ତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ AKN NEWS


