ଓଡିଶା ଖବର

ନନ୍ଦାହାଣ୍ଡିରେ ଶକ୍ତ ହେଉଛି ବିଜେଡ଼ି।ଶୀତ କାକର କୁ ଖାତିର ନ କରି ସଭ୍ୟ ସଂଗ୍ରହ।

ନନ୍ଦାହାଣ୍ଡି :-(AKN NEWS): ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଜୋର ଧରିଛି। ଶୀତ କାକର କୁ ଖାତିର ନକରି ସଭ୍ୟ ସଂଗ୍ରହ ଚାଲୁଥିବାର ଦେଖିବାକୁ ମିଳୁଛି !

ଏହି ଅବସରରେ ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନନ୍ଦାହାଣ୍ଡି ବ୍ଲକ ସଦରକୁମା ଡ଼ଙ୍ଗରଭେଜା ଠାରେ ସନ୍ଧ୍ୟା ସାଢ଼େ ସାତଟା ରେ ଶୀତକାକରକୁ ଖାତିରି ନକରି ଦଳକୁ ମଜବୁତ କରିବା ପାଇଁ ବ୍ଲକ ର ବରିଷ୍ଠ ଓ ସକ୍ରିୟ ଦଳୀୟ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମର ବୈଠକ ଆୟୋଜନ ହୋଇଯାଇଅଛି ! ଉକ୍ତ ବୈଠକ ରେ ଶ୍ରୀ ମାଝୀ ଦଳ କୁ କିପରି ଆଗକୁ ଦୃଢ ସଂଗଠନ କରାଯାଇପାରିବ ତାହାର ବିଷୟରେ ଉପସ୍ଥିତ ଦଳୀୟ କର୍ମକର୍ତ୍ତା ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ !ଏହି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ରେ ରାଜ୍ୟ ଯୁବ ବିଜେଡି ଉପସଭାପତି ଦେବାଶିଷ ପାତ୍ର, ରାଜ୍ୟ ଛାତ୍ର ସମ୍ପାଦକ ସୁମିତ ପୂଜାରୀ, ନନ୍ଦାହାଣ୍ଡି ଜନ-୨ ଜିଲ୍ଲା ପରିଷଦ ସଭ୍ୟ ତଥା ନବରଙ୍ଗପୁର ଜିଲ୍ଲା ଯୁବ ଉପସଭାପତି ଅରୁଣ କୁମାର ମିଶ୍ର,ନନ୍ଦାହାଣ୍ଡି ବ୍ଲକ ଉପାଧକ୍ଷ ସଦନ ଗୌଡ଼, ବ୍ଲକ ବିଜେଡି ସଭାପତି ଦୟାନିଧି ବିଷୟୀ, ବ୍ଲକ ଯୁବ ସଭାପତି ପୁରନ୍ଧର ଭତ୍ରା,ଡ଼ଙ୍ଗରଭେଜା ସମିତି ସଭ୍ୟ ଅଭିମନ୍ୟୁ ନାୟକ,ଜିଲ୍ଲା ଯୁବ ସମ୍ପାଦକ ଆଶିଷ କୁମାର କନ୍ଧପାନ, ଯତୀନ ଭତ୍ରା,ଇଶ୍ୱର ଗୌଡ଼ ଏବଂ ବ୍ଲକ ର ବରିଷ୍ଠ ବିଜେଡି କର୍ମକର୍ତ୍ତା ଓ ସକ୍ରିୟ ବିଜୁ ଯୁବ କର୍ମକର୍ତ୍ତା ଉପସ୍ଥିତ ଥିଲେ |

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!