ନବରଙ୍ଗପୁର ଜିଲ୍ଲା ଓ. ୟୁ. ଡବ୍ଲୁ. ଜେ, ସାମ୍ବାଦିକ ସଂଙ୍ଘକୁ ଶେଷରେ କ୍ଷମା ପ୍ରାର୍ଥନା କଲେ, ନବରଙ୍ଗପୁର ବ୍ୟାଙ୍କ ଅଫ ମହାରାଷ୍ଟ୍ର ବ୍ୟାଙ୍କ ପରିଚାଳକ ଓ କୋଷାଦକ୍ଷ

(AKN NEWS): ନବରଙ୍ଗପୁର ସହରସ୍ଥିତ ବ୍ୟଙ୍କ ଅଫ ମହାରାଷ୍ଟ୍ରରେ ଗତ 30.11.2024ରେ ବ୍ୟାଙ୍କ ପରିସରରେ ବ୍ୟାଙ୍କ କୋଷାଧକ୍ଷ ସାମାନ୍ୟ ଘଟଣାକୁ ନେଇ ଉତ୍ତେଜିତ ହୋଇ ଓ. ୟୁ. ଡବ୍ଲୁ. ଜେ, ନବରଙ୍ଗପୁର ଜିଲ୍ଲା ସଂଙ୍ଘର ବରିଷ୍ଟ ସାମ୍ବାଦିକ ତଥା ସାଧାରଣ ସମ୍ପାଦକ ଶ୍ରୀ ଅଶୋକ ସାହୁଙ୍କୁ ଅଶୋଭନୀୟ ଆଚରଣ ଓ ଗାଳିଗୁଲଜ କରିଥିବା ନେଇ ଶ୍ରୀ ଅଶୋକ ସାହୁଙ୍କ ତରଫରୁ ଥାନାରେ ଅଭିଯୋଗ ସହ ସଂଙ୍ଘ ତରଫରୁ ସେହି ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ ଦାବି କରାଯାଇଥିଲା । ଏଥିସହିତ ରାଜ୍ୟ ସଂଙ୍ଘକୁ ଏହି ବିଷୟନେଇ ଅବଗତ କରାଯାଇଥିଲା ।
ଶେଷରେ ସେହି ବ୍ୟାଙ୍କ କର୍ମଚାରୀ ନିଜ ଭୁଲ ବୁଝିପାରି ବ୍ୟାଙ୍କ ଶାଖା ପରିଚାଳକଙ୍କ ସହ ନବରଙ୍ଗପୁର ସଦର ଥାନାକୁ ଆସି ଲିଖିତ ଭାବେ କ୍ଷମାପ୍ରାର୍ଥନା କରିଛନ୍ତି ଓ ଏଭଳି କିଛି ଭବିଷ୍ୟତରେ କୌଣସି ଗ୍ରlହକଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବେ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି। ଏହାକୁ ଜିଲ୍ଲା କମିଟି ବିଚାରକୁ ନେଇ ଦୁଇ ପକ୍ଷଙ୍କ ସହମତିରେ ଆପୋଷ ବୁଝାମଣl ଭିତ୍ତିରେ ଥାନାରୁ ଗତ 14.12.2024ରେ ଶ୍ରୀ ଅଶୋକ ସାହୁ ଦେଇଥିବା ଏଫ. ଆଇ. ଆର. ଟିକୁ ସଦର ଥାନାରୁ ଉଠାଇନେଇଛନ୍ତି ।
ସୂଚନା ଯୋଗ୍ୟ ଯେ ଏହି ବିଷୟ ନେଇ ଜିଲ୍ଲା ସାମ୍ବାଦିକ ସଂଙ୍ଘ ସହ ନବରଙ୍ଗପୁର ଜିଲ୍ଲାର ଅନେକ ବୁଦ୍ଧିଜୀବୀ ଓ ଜନସାଧାରଣ ଏଭଳି ଅମାନବୀୟ ଘଟଣାକୁ ନା ପସନ୍ଦ କରିବା ସହ ତୁରନ୍ତ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଡ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବୀ ରଖିଥିଲେ ।
ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS


