ଜିଲ୍ଲା ସ୍ତରୀୟ ଭାରତୀୟ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦଘାଟିତ

AKN NEWS ତେନ୍ତୁଳିଖୁଣ୍ଟି: ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଖାତିଗୁଡା ଶ୍ରୀ ଅରବିନ୍ଦ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ପରିସରରେ ଭାରତୀୟ ରେଡ଼କ୍ରସ ସୋସାଇଟି ଏବଂ ଓଡିଶା ରାଜ୍ୟ ଶାଖା ଅନ୍ତର୍ଭୁକ୍ତ ଯୁବ ରେଡ଼କ୍ରସ ଆନୁକୂଲ୍ୟରେ ଉଦଘାଟିତ ହୋଇଯାଇଛି। ଜିଲ୍ଲା ସ୍ତରୀୟ ଓ ପ୍ରଶିକ୍ଷଣ ଶିବିର |ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଯୋଗଦେଇଥିଲେ |ପ୍ରଥମେ ବିଧାୟକ ଙ୍କୁ ସ୍ୱାଗତ କରାଯାଇ ରେଡ଼କ୍ରସ ପତାକା ନିକଟକୁ ନିଆଯାଇଥିଲା | ସେଠାରେ ବିଧାୟକ ଶ୍ରୀ ମାଝୀ ରେଡ଼କ୍ରସ ପତାକା ଉତ୍ତୋଳନ କରିବା ସହ ପ୍ରଶିକ୍ଷଣ ଶିବିର କୁ ଉଦଘାଟନ କରିଥିଲେ | କାର୍ଯ୍ୟକ୍ରମ ରେ ସେବା ର ସୀମା ବିସ୍ତିର୍ଣ୍ଣ ସମସ୍ତେ ସେବା ମନବୃତି ନେଇ ଅନ୍ୟକୁ ସାହାଯ୍ୟ ସହଯୋଗ କରି ପରୋପକାରୀ ହୋଇପାରିଲେ ସାଧାରଣ ଜୀବନ ଯାପନ ରେ ବେଶ ସହଯୋଗୀ ହୋଇପାରିବ ବୋଲି ପ୍ରକାଶ କରଥିଲେ |
କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ସଭାପତି ଇଂ ସନ୍ତୋଷ କୁମାର ଗାହାଣ ସଭାପତିତ୍ୱ କରିଥିବା ବେଳେ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରଞ୍ଜନ କୁମାର ସ୍ୱାଇଁ ସେବା, ସ୍ୱାସ୍ଥ୍ୟ ଏବଂ ବନ୍ଧୁତା ମାର୍ଗରେ କାର୍ଯ୍ୟ କରି ଲୋକଙ୍କୁ ସେବା ଯୋଗାଇବା ପାଇଁ ପରାମର୍ଶ ଦେଇଥିଲେ |କାର୍ଯ୍ୟକ୍ରମ ରେ ଜିଲ୍ଲା ର କଣ ଅନୁକୋଣ ରୁ ପ୍ରାୟ ୩୧ ଟି ମାଧ୍ୟମିକ ବିଦ୍ୟାଳୟ ରୁ ୧୧୨,ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ | କାର୍ଯ୍ୟକ୍ରମ ରେ ରେଡ଼କ୍ରସ ନବରଙ୍ଗପୁର ଜିଲ୍ଲା ସଂଯୋଜକ ତଥା ନବରଙ୍ଗପୁର କଲେଜ ଅଧ୍ୟାପକ ଦିଲ୍ଲୀପ ହୋତା ଉପସ୍ଥିତ ରହି ରେଡ଼କ୍ରସ ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କ ଜୀବନି ଏବଂ ରେଡ଼କ୍ରସ ର ଲକ୍ଷ ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ |ରେଡ଼କ୍ରସ ଜିଲ୍ଲା କୋଡିନେଟର ତଥା କୋଡୀଙ୍ଗା ମହାବିଦ୍ୟାଳୟ ଅଧ୍ୟାପକ ଅଖିଳ ଭଟ୍ଟ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ | ଶେଷରେ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ସ୍ବର୍ଣ୍ଣ ଲତା ମାହାଙ୍କୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ |
ତେନ୍ତୁଳି ଖୁଣ୍ଟି ବ୍ଲକ୍ ରୁ ସଞ୍ଜୀବ ଖୁରାଙ୍କ ରିପୋର୍ଟ AKN NEWS


