ଜମନକିରା ଆଦର୍ଶ ବିଦ୍ୟାଳୟ ର ଦ୍ଵିତୀୟ ବାର୍ଷିକ ଉଚ୍ଚବ ପାଳିତ

ଜମନକିରା ଆଦର୍ଶ ବିଦ୍ୟାଳୟ ର ଦ୍ଵିତୀୟ ବାର୍ଷିକ ଉଚ୍ଚବ ପାଳିତ
ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଚିନିମହୁଲ ଠାରେ ଅବସ୍ଥିତ ଜମନକିରା ଓଡିଶା ଆଦର୍ଶ ବିଦ୍ୟାଳୟ ର ଦ୍ଵିତୀୟ ବାର୍ଷିକ ଉସବ ପାଳିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜମନକିରା ବିଡ଼ିଓ ରବୀନ୍ଦ୍ର ସେଠି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜମନକିରା ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଦେବକୀ ନାଏକ, ଜମନକିରା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନନ୍ଦ, ଧନକଉଡା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସନ୍ଧ୍ୟା ରାଣୀ ସ୍ୱାଇଁ, ଜମନକିରା ପଞ୍ଚାୟତ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ବେହେରା, ବଡ଼ରମା ସରପଞ୍ଚ ବିଜୟ ନାଏକ, ଉପସ୍ଥିତ ରହି ମଞ୍ଚାସିନ ହୋଇଥିଲେ। ସେହିପରି ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ବ୍ୟକ୍ତା ଭାବେ ଷଣ୍ଢପଥର ଏସ.ଏସ.ଡ଼ି ହାଇସ୍କୁଲ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଯୋଗ ଦେଇଥିଲେ। ଜମନକିରା ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଅଜିତ କୁମାର ନାଏକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜମନକିରା ଓଡିଶା ଆଦର୍ଶ ବିଦ୍ୟାଳୟ ସତ୍ୟମ କୁମାର ଷଡ଼ଙ୍ଗୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ଶିକ୍ଷକ ବିନୟ ଲାଲ ନାଏକ, ଶିକ୍ଷୟତ୍ରୀ ଅଙ୍କିତା ବେହେରା, ରଶ୍ମିତା ଟୀଗା ପୁରସ୍କାର ବିତରଣ ରେ ସାହାଯ୍ୟ କରିଥିଲେ। କାର୍ଯ୍ୟକ୍ରମ ରେ ବିଭିନ୍ନ ଖେଳ ପ୍ରତିଯୋଗିତା ହୋଇଥିଲା ଓ ଏଥିରେ ଉତ୍ତୀର୍ଣ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବିଦ୍ୟାଳୟ ରେ ରାନ୍ଧୁଣି ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ତାଙ୍କ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି। ଅପରାହ୍ନ 3ଟାରେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l
ଜମନକିରା ରୁ ଲିପନ ନାଏକ ଙ୍କ ରିପୋର୍ଟ akn news
