ଅନନ୍ୟ

ଜମନକିରା ମହାବିଦ୍ୟାଳୟର ଦ୍ୱିଦିବସୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା

ଜମନକିରା ମହାବିଦ୍ୟାଳୟର ଦ୍ୱିଦିବସୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା
ରିପୋଟର ଲିପନ ନାଏକ
ସ୍ଥାନ – ଜମନକିରା

 ଜମନକିରା ମହାବିଦ୍ୟାଳୟ ର ପ୍ରଥମ ଦିବସର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ପଟେଲ ମଶାଲ ଜଳାଇ କ୍ରୀଡାର ମହତ୍ତ୍ଵ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ।ମହାବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ରଞ୍ଜନ ମହାକୁଳଙ୍କ ସଙ୍ଗେ ସଙ୍ଗେ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ପ୍ରଦୀପ ପଟେଲ, ଶ୍ରୀ ନାରାୟଣ ପ୍ରଧାନ ଓ ଦିପକ କିସାନ କ୍ରୀଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶ୍ରୀ ପ୍ରଦୀପ ପଣ୍ଡା, ଓଡ଼ିଆ ଅଧ୍ୟାପିକା ଡଃ ତୃପ୍ତି ମିଶ୍ର, ଶିକ୍ଷା ଅଧ୍ୟାପିକା ଅରୁଣା ମିଶ୍ର,ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ମନମୋହନ ଜୟବିକାଶ ବାଘ ଓ ସିଦ୍ଧାନ୍ତ ସାହୁ ପ୍ରମୁଖ ଏବଂ ଯୁକ୍ତ ଦୁଇ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ସତ୍ୟ ନାରାୟଣ ପଟ୍ଟନାୟକ, ରାଜନୀତି ବିଜ୍ଞାନ ଅଧ୍ୟାପିକା ଅଙ୍କିତାରାଣୀ କର୍ଣ୍ଣ, ଇତିହାସ ଅଧ୍ୟାପକ ଭାବଗ୍ରାହୀ ବାର୍ଗେ ପ୍ରମୁଖ କ୍ରୀଡା ପ୍ରତିଯୋଗିତା ସୁଚାରୁରୂପେ ସମ୍ପାଦନା କରିବାରେ ସହାୟତା କରିଥିଲେ। ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଜମନକିରା ଡିଗ୍ରୀ ମହାବିଦ୍ୟାଳୟର ସଭାପତି ଶ୍ରୀ ତେଜରାମ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସଙ୍ଗେ ସଙ୍ଗେ ସେ ତାଙ୍କ ଉଦବୋଧନରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। କୃତି ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟକ୍ଷ, ଖେଳ ଶିକ୍ଷକ ଗଣ ତଥା ସମସ୍ତ ଅଧ୍ୟାପକ, ଅଧ୍ୟାପିକାଗଣ ପୁରସ୍କାର ବିତରଣ କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତାରେ ଯୁକ୍ତ ଦୁଇ ମହାବିଦ୍ୟାଳୟର ଦ୍ଵିତୀୟ ବର୍ଷ ଛାତ୍ର ମଣ୍ଟୁ ନାଏକ, ପ୍ରଥମ ବର୍ଷ ଛାତ୍ରୀ ଲତିକା ଛତ୍ରିଆ ଏବଂ ଯୁକ୍ତ ତିନି ମହାବିଦ୍ୟାଳୟର ଶେଷ ବର୍ଷର ଛାତ୍ର ମନୀଷ ଧୁରୁଆ ଏବଂ ପ୍ରଥମ ବର୍ଷର ଛାତ୍ରୀ ମିତା ମହାକୁଳ ଚାମ୍ପିଅନ ହୋଇଥିଲେ।

ଜମନକିରା ରୁ ଲିପନ ନାଏକ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!