ଅନନ୍ୟ

ଜିଲ୍ଲାସ୍ତରୀୟ ଖାଦ୍ୟ ଉତ୍ସବ।

ଜିଲ୍ଲାସ୍ତରୀୟ ଖାଦ୍ୟ ଉତ୍ସବ।  

AKN NEWS-ତା.୨୧.୧୨.୨୦୨୪ ରିଖ ଦିନ କଲାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଙ୍ଘଠନ ଦାପ୍ତା ସଂସ୍ଥା ତରଫରୁ ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣୀ ମଣ୍ଡପ ଠାରେ ଏକ ଜିଲ୍ଲା ସ୍ତରୀୟ ଜଙ୍ଗଲ ଜାତ ଖାଦ୍ୟ ଦ୍ରବ୍ୟ ଓ ପାରମ୍ପରିକ ଖାଦ୍ୟ ଉତ୍ସବ ଅନୁଷ୍ଠିତ ହୋଇଥିଲା ! ଏହି କାର୍ଯ୍ୟକ୍ରମକୁ କଲାହାଣ୍ଡି ଜିଲ୍ଲା ର ମାନନିୟ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରବାନ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ ! ଉପ ନିର୍ଦେଶକ ଉଦ୍ୟାନ ବିଭାଗ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଡ଼.କୁମୁଦିନୀ ମିଶ୍ର, ଡିପିଏମ୍ ୟୁ ର ଅନୁଯୋଜନା ଓ ଜୀବିକା ବିଶେଷଜ୍ଞ, କୈଳାଶ ସାହୁ, ଲାଞ୍ଜିଗଡ ପ୍ରେସ କ୍ଲବ ର ସଭାପତି, ଦ୍ରୋନ ସୁନା, ଜିଲ୍ଲା ଏଫ.ଆର,ଏ ସେଲ ସଂଯୋଜକ, ଭାଗିରଥି ନାଏକ ଲାଞ୍ଜିଗଡ ବ୍ଲକ, ଏଫ.ଆର.ଏ ସେଲ ର ସଂଯୋଜଗ, ଅନିଲ ଲିମା, ରାୟଗଡା ସ୍ଥିତ ଲିଭିଙ୍ଗ ଫାର୍ମ ସଂସ୍ଥା ର ସଂଯୋଜକ, ଆଦର୍ଶ ଶର୍ମା, ଦାପ୍ତା ସଂସ୍ଥା ର ସମ୍ପାଦକ, ବିଶ୍ୱ ରଞ୍ଜନ ଜେନା, SEWOH EXIT ପ୍ରୋଜେକଟର ଡକୁମେଣ୍ଟସନ ଅଫିସର ଏବଂ ଆଦିବାସୀ ନାରୀ ନେତ୍ରୀ ମାଲାଡି ମାଝୀ ସଭା ରେ ଉପସ୍ଥିତ ରହି ଜଙ୍ଗଲ ଜାତ ଦ୍ରବ୍ୟ ଓ ପାରମ୍ପରିକ ଖାଦ୍ୟ କିପରି ଭାବେ ଆଦିବାସୀ ସଂସ୍କୃତି ଓ ଖାଦ୍ୟ ସୁରକ୍ଷା ର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଏବଂ ସେ ସମ୍ଭନ୍ଧରେ ସର୍ବେଶେଷ ଆଲୋଚନା ହୋଇଥିଲା ! ଜଙ୍ଗଲ ଜାତ ଦ୍ରବ୍ୟ ଓ ପାରମ୍ପରିକ ଖାଦ୍ୟ ର ଗୁଣବତ୍ତା, ସଂରକ୍ଷଣ ଓ ବ୍ୟବସ୍ଥାପନ କିପରି ଭାବେ କରାଯାଇପାରିବ ସେ ବାବଦରେ ଆଲୋଚନା ହୋଇଥିଲା ! ଏବଂ ଲାଞ୍ଜିଗଡ ବ୍ଲକ ର ସତାଧିକ ଆଦିବାସୀ ମହିଳା ୧୪୨ ପ୍ରକାର ର ଜଙ୍ଗଲ ଜାତ ଖାଦ୍ୟ ଦ୍ରବ୍ୟ ସଂଗ୍ରହ କରି ଏହି ଉତ୍ସବ ରେ ପ୍ରଦର୍ଶନ ପୂର୍ବକ ଯୋଗଦାନ କରିଥିଲେ ! ଏବଂ ଏହି ଦ୍ରବ୍ୟ ମଧ୍ୟରୁ ୨୦ ପ୍ରକାର ର ସ୍ୱାଦିଷ୍ଟ ଓ ପୋଷ୍ଟିକ ଖାଦ୍ୟ ପ୍ରସ୍ତୁତ କରାଯାଇ ମେଳା ରେ ପ୍ରଦର୍ଶନ କରାଯାଇଥିଲା !

କଲାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!