ଇଂରାଜୀ ବିଭାଗର ଜାତୀୟ ସମ୍ପାନ

ଇଂରାଜୀ ବିଭାଗର ଜାତୀୟ ସମ୍ପାନ
ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ର ଇଂରାଜୀ ବିଭାଗ ଦ୍ଵାରା ଆୟୋଜିତ ଦୁଇ ଦିନିଆ ଜାତୀୟ ସେମିନାର ଉଦଯାପିତ ହୋଇଯାଇଛି। ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଏନ୍ ନଗରାଜୁ ଯୋଗ ଦେଇ ବିଭାଗକୁ ସାଧୁବାଦ ଜ୍ଞାପନ କରିଥିଲେ। ଯମିଆ ମିଲିଆ ଇସଲାମୀୟ ବିଶ୍ଵବିଦ୍ୟାଳୟ ର ପ୍ରଫେସର ସରୋଜ ମହାନନ୍ଦ ଯୋଗ ଦେଇ ବିଷୟ ବସ୍ତୁ ଉପରେ ଟିପ୍ପଣୀ ରଖିଥିଲେ । ଉଦ୍ଘାଟନୀ ଉତ୍ସଵରେ କୁଳପତି ଦାୟିତ୍ୱରେ ଥିବା ଡକ୍ଟର ନିବେଦିତା ନାଥ, କୁଳସଚିବ ଓ ବିଭାଗୀୟ ମୁଖ୍ୟ ମେଜର ଡକ୍ଟର ଜୟଦେବ ସାହୁ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ। ଯେ ଏନ୍ ୟୁ ର ପ୍ରଫେସର ଭାଦୁରି ଓ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ପ୍ରଫେସର ରାଜକୁମାର କି ନୋଟ ଅଭି ଭାଷଣ ରଖିଥିଲେ। ରେଭେନ୍ସା ବିଶ୍ଵବିଦ୍ୟାଳୟ ଇଂରାଜୀ ବିଭାଗ ମୁଖ୍ୟ ଶ୍ରୀ ସମ୍ବିତ ପାଣିଗ୍ରାହୀ ଓ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ର ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଅଞ୍ଜଳି ପାଢ଼ୀ ପ୍ଲେନାରୀ ବକ୍ତା ଭାବରେ ଯୋଗ ଦେଇଥିଲେ । ଭାରତର ବିଭିନ୍ନ ରାଜ୍ୟ ରୁ ପ୍ରାୟ ୯୦ ଟି ସନ୍ଦର୍ଭ ଉପସ୍ଥାପିତ ହୋଇ ଥିଲା। ସାଂସ୍କୃତିକ କାର୍ଯକ୍ରମ କୁ ଅତିଥି ମାନେ ଖୁବ୍ ପସନ୍ଦ କରିଥିଲେ। ଦ୍ଵିତୀୟ ଦିବସରେ ଉତ୍କଳ ବିଶ୍ଵବିଦ୍ୟାଳୟର ବିଭାଗୀୟ ମୁଖ୍ୟ ପ୍ରଫେସର ଅସୀମ ରଞ୍ଜନ ପାଢ଼ୀ, ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ର ଆସୋସିଆଟେ ପ୍ରଫେସର ଡକ୍ଟର ପ୍ରତାପ ଚନ୍ଦ୍ର ଦାସ, ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ର ରେଜିଷ୍ଟ୍ରାର ଡକ୍ଟର ଚିତ୍ତରଞ୍ଜନ ସାହୁ, ପ୍ରଫେସର ରାଜେନ୍ଦ୍ର ପାଢ଼ୀ, ପଞ୍ଚାୟତ କଲେଜ୍ ବିଭାଗୀୟ ମୁଖ୍ୟ ଡକ୍ଟର ଉମେଶ ଚନ୍ଦ୍ର ମହାପାତ୍ର ପାନେଲିଷ୍ଟ ଭାବରେ ଯୋଗଦାନ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଏ ଡି ଏମ୍ ଶ୍ରୀ ବି ଦୀପ ଯୋଗଦାନ କରି ବିଭାଗର ଉଦ୍ଯୋଗ କୁ ସାଧୁବାଦ୍ ଜଣାଇ ଥିଲେ। ଏଥିରେ ଡକ୍ଟର ଅସୀମ ରଞ୍ଜନ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଏବଂ କୁଳପତି ଯୋଗ୍ୟ ବିବେଚିତ ପେପର ପ୍ରେଜେଣ୍ଟର ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ମେଜର ଡକ୍ଟର ଜୟଦେବ ସାହୁ ଧନ୍ୟ ବାଦ ଜ୍ଞାପନ କରିଥିଲେ ।ଜାତୀୟ ସଂପାନ ଉପଲକ୍ଷେ ଏକ ଇଂରାଜୀ କବି ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ କବି ତପନ ରଥ, ବଙ୍କିମ ମୁଣ୍ଡ, ଡକ୍ଟର ଉମେଶ ଶତପଥୀ, ଚନ୍ଦ୍ରଚୁଡ ବେହେରା,ଲିଙ୍ଗରାଜ ପାତ୍ର, ଗୋବିନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ସଂପାନ୍ ର ବିଭିନ୍ନ କାର୍ଯ୍ୟକ୍ରମକୁ ଡକ୍ଟର ଝରଣା ରାଣୀ ଧଙ୍ଗଡା ମାଝୀ, ଶ୍ରୀ ସଂଜୀବ କୁମାର ସାହୁ, ଶ୍ରୀ ସୁବ୍ରତ ପ୍ରଧାନ, ଶ୍ରୀ ଅମରେନ୍ଦ୍ର ମହାନ୍ତି, ଅନିଶା ଆବାସ, ସୋନାଲି ପ୍ରିୟଦର୍ଶିନୀ, ମନିଷା ଦାସ, ପୁଷ୍ପିତ ନାଏକ ପରିଚାଳନା କରିଥିଲେ।
