ଦାରିଙ୍ଗବାଡିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ, ତାପମାତ୍ରା ୯.୫ ଡ଼ିଗ୍ରୀ।

ଦାରିଙ୍ଗବାଡି,୪/୨(AKN News): ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ଠାରେ ଚଳିତ ବର୍ଷ ର ପ୍ରଥମ ତୁଷାରପାତ ହୋଇଛି । ତୁଷାରପାତ ଫଳରେ ହାଡ଼ଭଙ୍ଗା ଜାଡ ଅନୁଭୂତ ହେବା ସହ ହାତ ଗୋଡ କାଲୁଆ ପଡ଼ିଛି । ୯ ଟା ପର୍ଯ୍ୟନ୍ତ ଘରୁ ବାହାରି ହେଉ ନାହିଁ। ଦିନ ତମାମ ଶୀତ ବସ୍ତ୍ର ପିନ୍ଧି ରହିବାକୁ ପଡ଼ୁଚି । ଶ୍ରମିକ ଶ୍ରେଣୀର ଲୋକ କାମ ଧନ୍ଦା କୁ ଯାଇ ପାରୁନାହାଁନ୍ତି । ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ର ସାହାରା ନେଉଛନ୍ତି । ସନ୍ଧ୍ୟା ହୋଇଗଲେ ବଜାର ଖାଁ ଖାଁ ହୋଇଯାଉଛି । ଗରିବ ଶ୍ରେଣୀର ଲୋକଙ୍କ ପାଖରେ କମ୍ବଳ ନଥିବା ଫଳରେ ଶୀତରେ କଲବଲ ହେଉଛନ୍ତି । ଦିନ କୁ ଦିନ ଦାରିଙ୍ଗବାଡି ତାପମାତ୍ରା ହ୍ରାସ ପାଇବା ଫଳରେ ସ୍ଥାନୀୟ ଲୋକଙ୍କ କଷ୍ଟ ବୃଦ୍ଧି ପାଉଛି । ଅନ୍ୟ ପଟେ ପର୍ଯ୍ୟଟକ ଏହାର ମଜା ନେଉଛନ୍ତି।
ଦାରିଙ୍ଗବାଡିରେ ତୁଷାରପାତ ହୋଇଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡିର ତାପମାତ୍ରା ୯.୫ ଡିଗ୍ରୀ ସେଲସିଅସ ରହିଥିବା ସୂଚନା ଦିଆଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳବାସି ଏହାକୁ ଗ୍ରହଣ କରିପାରୁନାହାନ୍ତି। ୯.୫ ଡିଗ୍ରୀ ରେ କିଭଳି ତୁଷାରପାତ ହେବ ବୋଲି ପ୍ରଶ୍ନ କରିବା ସହ ଅଞ୍ଚଳବାସି ଏହାକୁ ଗ୍ରହଣ କରିପାରୁ ନାହାନ୍ତି । ଗୁରୁବାର ଦିନ ୯.୫ ଡ଼ିଗ୍ରୀ, ଶୁକ୍ରବାର ୮ ଡ଼ିଗ୍ରୀ ପୁଣି ଶନିବାର ୯.୫ ଡ଼ିଗ୍ରୀ ତାପମାତ୍ରା ରହିଛି। ପର୍ଯ୍ୟଟକ ମାନେ ତୁଷାର ମଜା ନେବା ପାଇଁ ସକାଳୁ ସକାଳୁ ବିଭିନ୍ନ ତୁଷାରପାତ ସ୍ଥାନ ବୁଲି ଏହାର ମଜା ଉଠାଇ ଥିବା ଦେଖା ଯାଇଛି। ଦାରିଙ୍ଗବାଡ଼ି ସ୍ଥିତ ଡ଼ଃ ବିଆର ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଣି ଟାଙ୍କି ନିକଟ ପାଣି ଟାଙ୍କି ନିକଟ ଏବଂ ଦାରିଙ୍ଗବାଡ଼ି ଅଞ୍ଚଳର ଆଭ୍ୟନ୍ତରୀଣ ଇଲାକାରେ ତୁଷାର ପାତ ହେଇଥିବା ଦେଖାଯାଇଛି। ଚଳିତ ବର୍ଷ ପ୍ରଥମ ତୁଷାର ପାତ ଦେଖିବାକୁ ଅଞ୍ଚଳ ବାସୀ ମଧ୍ୟ ଖୁସ ବ୍ୟକ୍ତ କରିଛନ୍ତି।
ଦାରିଙ୍ଗବାଡ଼ି ରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN News ।


