ଓଡିଶା ଖବର

ଶୀତ ମହୋତ୍ସବ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶୀତ ଉତ୍ସବ ପାଳନ କମିଟି ପକ୍ଷରୁ ନିମନ୍ତ୍ରଣ ।

ଦାରିଙ୍ଗବାଡି,୫/୧(AKN News): ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଦାରିଙ୍ଗବାଡି ଶୀତ ମହୋତ୍ସବ କମିଟି ଭେଟି ନିମନ୍ତ୍ରଣ ପ୍ରଦାନ କରାଯାଇଛି । କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ସମେତ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥ , ସନ୍ତୋଷ ସାହୁ , ପତିତପାବନ ରାଉତ ଓ ଅନ୍ୟମାନେ ଭୁବନେଶ୍ୱର ଗସ୍ତରେ ଯାଇ ନିମନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ସମେତ ମନ୍ତ୍ରୀ ଗୋକୁକାନନ୍ଦ ମଲିକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ମହାପାତ୍ର, ରବିନାରାୟଣ ନାୟକ ପ୍ରମୁଖଙ୍କୁ ଭେଟି ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ୨୦ ମିନିଟ୍ ରୁ ଉର୍ଦ୍ଧ ସମୟ ଧରି କମିଟି ସହିତ ଆଲୋଚନା କରିଥିଲେ। ସୂଚନା ଅନୁଯାୟୀ ଆସନ୍ତା ୧୧ ତାରିଖ ଠାରୁ ୧୩ ତାରିଖ ୩ ଦିନ ଧରି ଶୀତ ମହୋତ୍ସବର କରାଯିବା ଯୋଜନା ରହିଛି । ଏହି ୩ ଦିନ ଧରି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ କଳାକାରମାନଙ୍କ ଦ୍ୱାରା ବିଭିନ୍ନ କଳା ପ୍ରଦର୍ଶନ କରିବେ। ମହୋତ୍ସବର ସାଂସ୍କୃତିକ ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କ ସମେତ କନ୍ଧମାଳ ଜିଲ୍ଲା , ରାଜ୍ୟର ବିଭିନ୍ନ ଜିଲା ଓ ବିଭିନ୍ନ ବ୍ଲକରୁ କଳାକାରଙ୍କ ନୃତ୍ୟ, ଗୀତରେ ଓ କମେଡ଼ି ରେ ଆକର୍ଷଣ ରହିବ।

ଦାରିଙ୍ଗବାଡ଼ି ରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN News।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!