ଓଡିଶା ଖବର

ଅଢ଼େଇ ହଜାର ପ୍ରବାସୀ ଓଡ଼ିଶା ଆସିବେ, ଓଡ଼ିଆ ଖାଦ୍ୟ ଖାଇବେ ପ୍ରବାସୀ ଭାରତୀୟ

ଭୁବନେଶ୍ୱର :(AKN NEWS): ଜନତା ମୈଦାନରେ ଅନୁଷ୍ଠିତ ହେବ ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ। ଆସନ୍ତା ୮ରୁ ୧୦ ଯାଏ ଏହି ସମ୍ମିଳନୀ ଚାଲିବ।ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ପର୍ଯ୍ୟଟନ ବିଭାଗ ବି ଏଥିଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ। ରାଜ୍ୟ ସରକାରଙ୍କ ସବୁ ବିଭାଗ ସହଯୋଗରେ ଚାଲିଛି ପ୍ରସ୍ତୁତି। ଏ ନେଇ ଉପମୁଖ୍ୟମନ୍ତ୍ରୀ ତଥା ପର୍ୟ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।ସମ୍ମିଳନୀ ସମୟରେ ଭୁବନେଶ୍ୱରରେ ପଥ ଉତ୍ସବ ଚାଲିବ। ପୁରୀରେ ସିବିଚ୍ ଫେଷ୍ଟିଭାଲ ଚାଲିବ। ରାଜ୍ୟର କଳା ସଂସ୍କୃତି ସମେତ ୩୧ଟି ପର୍ଯ୍ୟଟନ ସ୍ଥଳୀକୁ ପ୍ରଦର୍ଶିତ କରାଯିବ। ବୁଦ୍ଧିଷ୍ଟ କରିଡ଼ର ହେଉ ବା ସ୍ପିରିଚୁଆଲ ଟୁରିଜିମ୍ ସବୁ କିଛି ବ୍ୟବସ୍ଥା ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ପ୍ରବାସୀ ଭାରତୀୟ ଦିବସରେ ୬ ତାରିଖରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଉପସ୍ଥିତ ଭୁବନେଶ୍ଵରରେ ଉପସ୍ଥିତ ରହିବେ । ୯ ତାରିଖରେ ପ୍ରଧାନମନ୍ତ୍ରୀ ଓ ୧୦ ତାରିଖରେ ଦେଶର ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସମୀର ରଞ୍ଜନ ନାୟକ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!