INVICTA AGRITECH ବିହନ କମ୍ପାନୀ ତରଫରୁ କୃଷକ ବନ୍ଧୁ ମିଳନ ଓ ଦୀପାବଳି ପାଳନ ଅନୁଷ୍ଠିତ


କୋଷାଗୁମୁଡା(AKN NEWS)ଆଜି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍ କୋଡିଙ୍ଗା ଗ୍ରାମ ପଞ୍ଚାୟତ ଟିକିରାଗୁଡା ଠାରେ ଶିବମ୍ ମକା ବିହନ କମ୍ପାନୀ ର ଏକ ଚାଷୀ ମାନଙ୍କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଠାରେ ଚାଷୀ ମାନଙ୍କୁ ବିଭିନ୍ନ ରକମର ମକା ଚାଷ କରି କେମିତି ଲାଭଦାୟକ ହୋଇ ପାରିବେ ତାହା ଉପରେ ଆଲୋଚନା ହୋଇଥିଲା। ବିହନ ମାନଙ୍କ ମଧ୍ୟରେ S M H 9759LOTUS ବିହନ ଧାନ ଏବଂ 786ପାୱାର୍ ଶଙ୍କର ଧାନ ବିହନ ଉପରେ ଆଲୋଚନା କରାଯାଇଥିଲା।ଏହି ବିହନ କମ୍ପାନୀ ତରଫରୁ ଏକ କୃଷକ ବନ୍ଧୁ ମିଳନ ଓ ଦୀପାବଳି ଉତ୍ସବ ପାଳନ କରାଯାଇଥିଲା। ବିକ୍ରେତା ବନ୍ଧୁ ଶ୍ରୀ ସୁରେଶ ଅଗ୍ରୱାଲ ଓ ଶ୍ରୀ ଦୟାନନ୍ଦ ମେହେଟ୍ଟା ଯୋଗ ଦେଇଥିଲେ। ଏଥିରେ ଆଖପାଖ ୮ଗୋଟି ଗ୍ରାମ ର ଚାଷୀ ମାନେ ସାମିଲ୍ ହୋଇଥିଲେ।ଶିବମ୍ କମ୍ପାନୀ ର ଶ୍ରୀ ସୀମାଞ୍ଚଳ ଶତପଥୀ ଏବଂ ପ୍ରଶାନ୍ତ ନାୟକ ସଭା ପରି ଚାଳନା କରିଥିଲେ। ଶେଷରେ ଦୀପାବଳି ପାଳନ କରିବା ସହିତ କୃଷକ ବନ୍ଧୁ ମାନଙ୍କୁ ଶିବମ୍ କମ୍ପାନୀ ର ଧାନ ଓ ମକା ଚାଷ ବିଷୟରେ ସଚେତନ କରାଯାଇଥିଲା।
ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS


