ଅଅଳାପୋଷି ଗ୍ରାମକୁ ନିଶା ମୁକ୍ତ କରିବାକୁ ପ୍ରସ୍ତୁତି ବୈଠକ

ବାମରା(AKN NEWS): ମହୁଲପା ଲି ଥାନା ଅଞ୍ଚଳର କୁସୁମୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଅଁଳା ପୋଷି ଗ୍ରାମ କୁ ନିଶା ମୁକ୍ତ କରିବାକୁ ଆଜି ଗାଁ ରେ ନିଶା ନିବାରଣ ଅଭିଯାନ ର କୁଚିଣ୍ଡା ଉପଖଣ୍ଡ ସଭାପତି କରୁଣା କର କିସାନଙ୍କ ସଭାପତିତ୍ଵରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅଭିଯାନ ର ଅବିଭକ୍ତ ସମ୍ବଲପୁର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ନାୟକ ଅତିଥି ଭାବରେ ଯୋଗ ଦେଇ ବର୍ତ୍ତମାନ ପରିସ୍ଥିତିରେ ନିଶା ନିବାରଣ ର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ ।ପ୍ରାରମ୍ଭ ରେ ଯୁବ ସ୍ଵେଚ୍ଛାସେବୀ ଅମୂଲ୍ୟ ରାୟ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ରଞ୍ଜିତା ରାୟ, ଗୋଦାବରୀ ଗୌଡ଼,ଅନିତା ମାକର, ସତ୍ୟବତୀ ଭାଟ, ରଞ୍ଜୁ ପୂଜାରୀ,ସୈବାନି ପୂଜାରୀ, ସତ୍ୟଭାମା ସୁନାନି, ମଲ୍ଲି ପାତ୍ର,କୁମୁଦିନୀ ପାତ୍ର,ରିଙ୍କି ସୁନାନି , ମୀନା କୁମାରୀ ରାଉତ,ସେବତୀ ରାୟ, ବବିତା ପାତ୍ର, ପଦ୍ମା ପାତ୍ର, ସଂଜିଟ ରାୟ,ନେତ୍ର ଗୌଡ଼,ସିନ୍ଧୁ ଲତା ଗୌଡ଼,ଶିବାନୀ ଭାଟ,ଆରାଧ୍ୟ ରାୟ,ଅଙ୍କିତା ଭାଟ,ସୁକାନ୍ତି ମାକର ପ୍ରମୁଖ ଗ୍ରାମରେ ବେନିୟମ ମଦ,କୁସୁମ ଆଦି ନିଶା ଦ୍ରବ୍ୟ ବିକ୍ରି ଯୋଗୁଁ ହେଉ ଥିବା ସାମାଜିକ ଓ ପାରିବାରିକ ସମସ୍ୟା ସମ୍ପର୍କ ରେ ଅଶ୍ରୁଳ ବର୍ଣ୍ଣନା କରିଥିଲେ ।ଏଥି ପାଇଁ ଆଗାମୀ ଦିନରେ ଗ୍ରାମ ତଥା ଗ୍ରାମ ପଞ୍ଚାୟତ ସ୍ତରରେ ନିଶା ମୁକ୍ତି ପଦଯାତ୍ରା କରିବା ତଥା ଉପ ଜିଲ୍ଲାପାକ କାର୍ଯ୍ୟାଳୟ ଘେରେଓ କରାଯିବ ବୋଲି ଘୋଷଣା କରିଥିଲେ । ଶେଷରେ ଗୋଦାବରୀ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


