ଓଡିଶା ଖବର

ଅଚାନକ ଅସୁସ୍ଥତା ଯୋଗୁଁ ଚାଲିଗଲା ଛାତ୍ରଙ୍କ ଜୀବନ

(AKN NEWS): ଖୋର୍ଦ୍ଧା ଶିକ୍ଷା ଜିଲ୍ଲା ଅନ୍ତର୍ଗତ ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ନୀଳକଣ୍ଠେଶ୍ୱର ବିଦ୍ୟାପୀଠ, ବିଲଖଉରୁଣୀ ବିଦ୍ୟାଳୟର ନବମଶ୍ରେଣୀର ଛାତ୍ର ରାଜେନ୍ଦ୍ର ନାୟକ ବୋଲଗଡ଼ ଶିକ୍ଷାକାର୍ଯ୍ୟାଳୟ ନିର୍ଦ୍ଦେଶମତେ ଚୂଡ଼ା ନୂଆସାହି ବିଦ୍ୟାଳୟରେ ‘ସୁରଭି’ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଯାଇଥିଲେ ।

ସୁରଭି କାର୍ଯ୍ୟକ୍ରମ ସମାପ୍ତି ହେବାରେ ବିଳମ୍ବ ହୋଇଥିବା ବେଳେ ସେଠାରେ ଛାତ୍ର ଜଣକ ନିଜକୁ ଅସୁସ୍ଥ ଅନୁଭବ କରିବାରୁ ଘରକୁ ଚାଲି ଆସିଥିଲେ l ନିଜର ଅସୁସ୍ଥତା ପରିବାର ଲୋକଙ୍କୁ ଜଣାଇବା ପରେ ତୁରନ୍ତ ପରିବାର ଲୋକ ସଂପୃକ୍ତ ଛାତ୍ରଙ୍କୁ ରାଜସୁନାଖଳା ଗୋଷ୍ଠୀ ଚିକିତ୍ସା କେନ୍ଦ୍ରକୁ ଆଣି ଛାତ୍ରଙ୍କ ଚିକିତ୍ସା କରାଇଥିଲେ l ସ୍ୱାସ୍ଥ୍ୟରେ କିଛି ସୁଧାର ହେବାରୁ ଛାତ୍ରଙ୍କୁ ପରିବାର ଲୋକ ଘରକୁ ନେଇଯାଇଥିଲେ । କିନ୍ତୁ ଘରେ ଛାତ୍ର ଜଣକ ବିଚଳିତ ହେବା ପରେ ବେହୋସ ହୋଇଯିବାରୁ ତାଙ୍କୁ ଖୋର୍ଦ୍ଧା ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସଂପୃକ୍ତ ଛାତ୍ରଙ୍କ ପିତା ଜଣେ ଦିନ ମଜୁରିଆ ଭାବେ କେରଳ ରାଜ୍ୟରେ କାମ କରୁଛନ୍ତି । ଛାତ୍ରଟିର ମୃତ୍ୟୁରେ ପରିବାର ଲୋକ ଭାଙ୍ଗି ପଡିଥିବା ବେଳେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ଏହି ଦୁଃଖଦ ମୃତ୍ୟୁରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ମର୍ମାହତ ହୋଇ ପଡିଛନ୍ତି।ଏହି ଦୁଃଖଦ ପୁର୍ଣ୍ଣ ଘଟଣା ସମ୍ପର୍କରେ ଖବର ପାଇ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ପରିବାକୁ ଆଶ୍ୱସନା ଦେବା ସହିତ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିବା ସୂଚନା ମିଳିଛି l ତେବେ ଏ ବାଳକର ମୃତ ପାଇଁ କିଏ ଦାୟୀ ରହିବେ ତାହା ସର୍ବସାଧାରଣରେ ଚର୍ଚ୍ଚା ହେଉଛି l

ଖୋର୍ଦ୍ଧାରୁ ଜିଲ୍ଲା ପ୍ରତିନିଧି ହାଡିବନ୍ଧୁ ଲେଙ୍କାଙ୍କ ରିପୋର୍ଟ -Akn News

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!