ଓଡିଶା ଖବର

ଆଗକୁ ଧନତେରାସ: ବାଲିଗୁଡା ରେ ବୃଦ୍ଧି ପାଉଛି ବେଆଇନ ସୁନାରୁପା କାରବାର

କନ୍ଧମାଳ, ତା, ୧୩/୧୦ :(ଏ କେ ଏନ ନ୍ୟୁଜ): ଆଗକୁ ଧନତେରାସ ଥିବା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ବଜାରରେ ଚାଲିଛି ନକଲି ବିଲରେ ବେଧଡ଼କ ବେଆଇନ ସୁନା ଓ଼ ରୂପା କାରବାର । ଜିଏସଟି, ଆୟକର ତଥା ସ୍ଥାନୀୟ ପ୍ରଶାସନକୁ ହାତବାରିସୀ କରି ସୁନା ବେପାରୀ ଲୁଟି ଚାଲିଛନ୍ତି ଗ୍ରାହକଙ୍କୁ। ସୁନା ବ୍ୟବସାୟୀଙ୍କ ନକଲି ଜିଏସଟି ବିଲରେ ସରକାର ହରାଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ଵ। ଜିଏସଟି ଓ ଆୟକର ବିଭାଗ ଦଲାଲଙ୍କ ମଧ୍ୟସ୍ଥତାରେ ଲୁଟ ହେଉଛି ସରକାରୀ ରାଜସ୍ଵ। ଧନତେରସ୍‌ରେ ଗ୍ରାହକଙ୍କୁ ଲୁଟିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସୁନା ଓ ରୂପା ବେପାରୀ। କିଏ କେଉଁ ରାସ୍ତାରେ ଠକେଇ କରିବ ସେଥିପାଇଁ ମଧ୍ୟ ପ୍ରସ୍ତୁତ ହୋଇସାରିଛି ବ୍ଲୁ ପ୍ରିଣ୍ଟ । ଟିକସ ଅଧିକାରୀଙ୍କ ଅବହେଳାରୁ ବାଲିଗୁଡା ସହରରେ ମାଳ ମାଳ ସୁନା ଦୋକାନରୁ ବିପୁଳ ରାଜସ୍ବ କ୍ଷତି ସହୁଛନ୍ତି ସରକାର। ମାସିକ କୋଟି କୋଟି ଟଙ୍କାର ବେପାର ସତ୍ତ୍ବେ ସରକାର ପାଉନାହାନ୍ତି ରାଜସ୍ବ। ନକଲି ବିଲରେ ଚାଲିଛି ବେପାର।

ଗାଁ ଗହଳିର ଲୋକଙ୍କୁ ଠକି ଚାଲିଛନ୍ତି ବେପାରୀ। ଗ୍ରାହକ ଙ୍କୁ ନା ଦିଆଯାଉଛନ୍ତି ଜିଏସଟି ବିଲ୍ ନା ଜିନିଷର କରାଯାଉଛି ମୂଲ୍ୟାୟନ। ସରକାର ବଦଳିବା ପରେ ସୁନା ଦୋକାନ ଗୁଡ଼ିକରେ ଚଢ଼ଉ କରି ଯାଞ୍ଚ ହେବ ବୋଲି ମନ୍ତ୍ରୀ କହିଥିବା ବେଳେ ଜିଲା ଜିଏସଟି ଓ ଆୟକର ଅଧିକାରୀ ଏବଂ ସୁନା ବ୍ୟବସାୟୀ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଯୋଗୁଁ ବିପୁଳ କ୍ଷତି ସହୁଛନ୍ତି ସରକାର। ୨୨ କ୍ୟାରେଟ ସୁନା ନାମ ରେ ୧୬/୧୭ କ୍ୟାରେଟ ସୁନା ଦେଇ ଗ୍ରାହକ ଙ୍କୁ ଠକେଇ କରାଯାଉଥିବା ଏକ ଗୁରୁତର ଅଭିଯୋଗ ହେଉଛି। ବାଲିଗୁଡାର ରୁପା ଓ ସୁନା ବ୍ୟବସାୟୀ ମାନେ ଆସିକା ଓ ବ୍ରହ୍ମପୁର ଅଞ୍ଚଳ ର କିଛି ଦଲାଲ ମାନଙ୍କୁ ଧରି ମୁମ୍ବାଇ, ରାଜକୋଟ, ଆଗ୍ରା, ଆନ୍ଧ୍ରପ୍ରଦେଶ ସାଲାମ, ମଛଲୀପାଟନମ, ଚେନ୍ନାଇ ଅଞ୍ଚଳରୁ କାରରେ ଦୁଇ ନମ୍ବର ବିଲରେ ବାଲିଗୁଡା ଅଞ୍ଚଳ କୁ ରୁପା ଓ ସୁନା ଆସୁଥିଲେ ମଧ୍ୟ ଏହାର ସଠିକ କ୍ରୟ ବିକ୍ରିର ହିସାବ ପାଉନାହାନ୍ତି ସରକାର। ଆୟକର ବିଭାଗ ଓ ବିକ୍ରି କର ବିଭାଗୀୟ ଅଧୂକାରୀ ଯାଞ୍ଚ କରିବାକୁ ଆସୁନଥିବା ବେଳେ ଦଲାଲଙ୍କ ମଧ୍ୟସ୍ଥତାରେ ସମସ୍ତ ମାମଲା ର ଫାଦଫା କରାଯାଉଥିବା ବିଷୟ ଶୁଣିବାକୁ ମିଳୁଛି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଏକେଏନ ନ୍ୟୁଜ l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!