ଅଜଣା ଗାଡି ଧକ୍କାରେ ଅଜଣା ଲୋକର ମୃତ୍ୟୁ,ପୁଲିସ ଅସ୍ପଷ୍ଟ ଦାବିଦାର କିଏ ?
(AKN NEWS): ବୋଲଗଡ଼ ଥାନା ଅଂଚଳରେ ଅଜଣା ଗାଡି ଧକ୍କାରେ ଅଜଣା ଲୋକର ମୃତ୍ୟୁ ଘଟିଛି।ତେବେ ଏହି ଦୁର୍ଘଟଣାକୁ ଅଦ୍ୟାବଧି ୨ଦିନ ବିତିଯାଇଥିଲେ
ହେଁ ଉକ୍ତ ମୃତକଙ୍କର ଦାବିଦାର କିଏ ଏ ପର୍ଯ୍ୟନ୍ତ ପୁଲିସ ନିକଟରେ ସ୍ପଷ୍ଟ ହୋଇ ପାରୁନାହିଁ। ଘଟଣାରୁ ପ୍ରକାଶ ଯେ ଗଲାକଲି ରବିବାର ପ୍ରାୟତଃ ସନ୍ଧ୍ୟା ୬.୩୦ ମଧ୍ୟରେ ୫୭ନଂ ଜାତୀୟ ରାଜପଥରେ କପାସିଆ ଗ୍ରାମ ଠାରୁ ରାଜସୁନାଖଳା ଆଡକୁ ସଡକ ଉପକଣ୍ଠରେ କୌଣସି ଏକ ବ୍ୟକ୍ତି ପାଦରେ ଚାଲି ଚାଲି ରାସ୍ତା ଅତିକ୍ରମ କରୁଥିଲେ।ତେବେ ସେହି ସମୟରେ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କାଦେଇ ଦୁର୍ଘଟଣା ଘଟାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଫଳରେ ଏହି ବ୍ୟକ୍ତିଙ୍କର ଘଟଣା ସ୍ଥଳରେ
ଅତିବ ରକ୍ତାକ୍ତ ଅବସ୍ଥାରେ ମୃତ୍ୟୁ ଘଟିଥିଲା।ବୋଲଗଡ଼ ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇ ଦୁର୍ଘଟଣା ସ୍ଥଳକୁ ଯାଇ ଅଜଣା ମୃତକଙ୍କ ଶବକୁ ଜବତ କରି ଥାନା ହେପାଜାତକୁ ନେଇଥିଲା।ପରେ ବୋଲଗଡ଼ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଥାନା ଏସ.ଆଇ ଲିଲି ପାଢ଼ୀ ଏ ସମ୍ପର୍କରେ ତଦନ୍ତ ଚାଲୁ ରଖିଛନ୍ତି।ସୋମବାର ସକାଳୁ ବୋଲଗଡ଼ ଥାନା ପକ୍ଷରୁ ଅଜଣା ମୃତକଙ୍କ ଶବ ଵ୍ୟଵଛେଦ ନିମନ୍ତେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।ତେବେ କୌଣସି ବ୍ୟକ୍ତି ଏହି ମୃତକଙ୍କ ଦାବିଦାର ହୋଇନଥିଲେ,ତେବେ ଉଚିତ ବ୍ୟକ୍ତି ବୋଲଗଡ଼ ଥାନାରେ ପହଞ୍ଚି କିମ୍ବା ଯୋଗାଯୋଗ କରି ଶବକୁ ନିଜ ହେପାଜତକୁ ନେଇ ପାରିବେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଅଛି।
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରୁ ଜିଲ୍ଲା ପ୍ରତିନିଧି ହାଡିବନ୍ଧୁ ଲେଙ୍କାଙ୍କ ରିପୋର୍ଟ -Akn News


